ଗତ ରାତିରେ ହୋଇଥିବା ସିବିଆଇ ରେଡ଼ ଘଟଣାରେ ଆଦିତ୍ୟ ଦେବ ଇମ୍ଫ୍ରା ଲିମିଟେଡର ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ରଙ୍କୁ ଅଟକ ରଖିଛି ସିବିଆଇ । ଦେବଦତ୍ତଙ୍କ ସମେତ ତାଙ୍କ ତିନି ସହଯୋଗୀ ମଧ୍ୟ ଅଟକ ଅଛନ୍ତି । ସିବିଆଇ ଦେବଦତ୍ତଙ୍କ ଭଦ୍ରକ ସ୍ଥିତ ପୈତୃକ ଘର, ନଖରାର ଭଡାଘର ଏବଂ ଉତ୍କଳ ହାଇଟରେ ଥିବା ଅଫିସରେ ଚଢାଉ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଶହେ କୋଟିରୁ ଉର୍ଦ୍ଧ ଟଙ୍କାର ଡିଲ ହାତେଇବା ପାଇଁ ହୋଇଥିଲା ଯୋଜନା । ଏହି ଡିଲରେ ଜଣେ ସରକାରୀ ଅଧିକାରୀ ସମ୍ପୃକ୍ତ ଥିବା ସୂଚନା ମିଳିଛି । ତିନିମାସ ପୂର୍ବରୁ ସିବିଆଇ ନଜରରେ ଥିଲେ ଅଭିଯୁକ୍ତ। ସିବିଆଇ ଚଢାଉ ବେଳେ ଆଦିତ୍ୟ ଇମ୍ଫ୍ରାର ଅଧିକାରୀ ଧରାପଡିଥିବାବେଳେ ସମ୍ପୃକ୍ତ ସରକାରୀ ଅଧିକାରୀ ଖସି ଯାଇଥିବା ସୂଚନା ମିଳିଛି । Post navigation ଓଡ଼ିଶା ଚାଷୀ ପାଇବେ ୮୦୦ ଟଙ୍କା ବୋନସ୍ ଚାଷୀ ଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା