ମଦ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତକାଲି ତିହାର ଜେଲରେ ଜେରା କଲା ପରେ ଆଜି ଗିରଫ କରିଛି ସିବିଆଇ। ବୁଧବାର ସୁପ୍ରିମକୋର୍ଟରେ କେଜରିୱାଲଙ୍କ ଜାମିନ ଶୁଣାଣି ହେବାର ଥିବା ବେଳେ ମଦ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଆଜି ଗିରଫ କରିଛି।

ଏହି ଘଟଣାର ଠିକ ପୂର୍ବରୁ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଥିଲେ। ସିବିଆଇର ଏକ ଜାଲ ମାମଲା ପ୍ରସ୍ତୁତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିପାରେ ବୋଲି ସେ ଆଶଙ୍କା କରିଥିଲେ। ବୁଧବାର ସୁପ୍ରିମକୋର୍ଟରେ କେଜରିୱାଲଙ୍କ ଆବେଦନର ଶୁଣାଣି ଥିବା ବେଳେ ଓ କେଜରିୱାଲଙ୍କୁ ଜାମିନ ମିଳିବାର ସମ୍ଭାବନା ଥିବାବେଳେ ସରକାର ପ୍ରତିହିଂସାପରାୟଣ ହୋଇ ସିବିଆଇକୁ ଲଗାଇ କେଜରିୱାଲଙ୍କୁ ଗିରଫ କରିଛନ୍ତି ବୋଲି ସେ କହିଛନ୍ତି ।

ମଙ୍ଗଳବାର ରାତିରେ ଗିରଫ କରିବା ପୂର୍ବରୁ ସିବିଆଇ ଅବକାରୀ ନୀତି ମାମଲାରେ ତିହାର ଜେଲରେ ପଚରାଉଚରା କରିଥିଲା। ବୁଧବାର ଅର୍ଥାତ ଜୁନ୍ ୨୬ରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *