Category: ବିଶ୍ୱ

ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା

ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଚୀନ୍ ଉପରେ ଘୋଷିତ ଚୀନ୍ ଆମଦାନୀ ଶୁଳ୍କରେ ଆହୁରି ୫୦% ଅତିରିକ୍ତ ଶୁଳ୍କ ଲଗାଇଛନ୍ତି । ପୂର୍ବରୁ ପାରସ୍ପରିକ ଶୁଳ୍କ ନୀତିରେ ଚୀନ…

ବିଶ୍ବ ସେୟାର ବଜାରରେ ହାହାକର; ୧୦ ସେକେଣ୍ଡରେ ନିବେଶକ ହରାଇଲେ ୧୯ ଲକ୍ଷ କୋଟି

ବିଶ୍ବବ୍ୟାପୀ ସେୟାର ବଜାରରେ ଦେଖାଯାଇଛି ଭୂକମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ, ସେୟାର ବଜାରରେ ହ୍ରାସର ଧାରା ଥମିବାର ନାଁ ନେଉନାହିଁ। ଆମେରିକାରେ ଟାରିଫ ବୃଦ୍ଧିକୁ ନେଇ ସେୟାର ବଜାରରେ ନିଆଁ ଲାଗିଥିବା ବେଳେ ହଂକଂ, ସିଙ୍ଗାପୁର, ଚୀନ,…

ନରେନ୍ଦ୍ର ମୋଦିଙ୍କୁ ‘ମିତ୍ର ବିଭୂଷଣ’ରେ ସମ୍ମାନିତ କଲେ ଶ୍ରୀଲଙ୍କା ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ କଲମ୍ବୋରେ ପହଞ୍ଚିବା ପରେ ମୋଦିଙ୍କୁ ରାଷ୍ଟ୍ର ସମ୍ମାନ ସହିତ ସ୍ୱାଗତ କରାଯାଇଥିଲା । ତାଙ୍କୁ ସ୍ୱତନ୍ତ୍ର ଚୌକରେ ଗାର୍ଡ ଅଫ ଅନର ଏବଂ ୨୧ ତୋପ ସଲାମୀ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ…

ଓଡ଼ିଶାବାସୀଙ୍କୁ ‘ଉତ୍କଳ ଦିବସ’ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ୧୯୩୬ ମସିହା…

ଅପରେସନ୍‌ ବ୍ରହ୍ମା: ଭୂକମ୍ପ ପ୍ରଭାବିତ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ଆରମ୍ଭ ହେଲା ଅପରେସନ୍‌ ‘ବ୍ରହ୍ମା’ । ବାୟୁସେନା ବିମାନ ଯୋଗେ ଭୂକମ୍ପ ପ୍ରଭାବିତ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ । ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଦୁଃଖ…

୧୦୦୦ ଟପିଲା ମିଆଁମାର ଭୂମିକମ୍ପ ମୃତ୍ୟୁ ସଂଖ୍ୟା

ବଢୁଛି ମିଆଁମାର ଭୂକମ୍ପ ମୃତ୍ୟୁସଂଖ୍ୟା । ମିଆଁମାରର ପ୍ରଳଙ୍କକାରୀ ଭୂମିକମ୍ପରେ ଏବେ ଯାଏଁ ୧୦୦୨ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ସହ ୨୩୭୬ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି…

୧୦୦ରୁ ଉର୍ଦ୍ଧ ପାକିସ୍ତାନୀ ସେନାଙ୍କୁ ହତ୍ୟା ନେଇ ବିଏଲ୍ଏର ଦାବି

୧୦୦ରୁ ଉର୍ଦ୍ଧ ପାକିସ୍ତାନୀ ସେନାଙ୍କୁ ହତ୍ୟା କରିଥିବା ବିଏଲଏ ଦାବି କରିଛି । ଗତକାଲି ପାକିସ୍ତାନରେ ଜାଫର ଏକ୍ସପ୍ରେସକୁ ଅପହରଣ କରି ନେଇଥିବା ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ) ଗଣମାଧ୍ୟମ ଜରିଆରେ ଆଜି ପ୍ରେସ୍‌ ରିଲିଜ୍‌ ଜାରି କରିଛି । ସେହିଭଳି…

ମାର୍କ କାର୍ନି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ମାର୍କ କାର୍ନି ଲିବେରାଲ ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ଜିତିବା ସହିତ କାନାଡ଼ାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ୫୯ ବର୍ଷୀୟ କାର୍ନି ସମୁଦାୟ ୮୬ ପ୍ରତିଶତ ଭୋଟ ହାସଲ କରି ବିତ୍ତମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ପରାଜିତ କରିଛନ୍ତି । ଏବେ…

ଭଗବଦ୍ ଗୀତା ଛୁଇଁ ଏଫବିଆଇ ନିର୍ଦ୍ଦେଶକ ଭାବେ ଶପଥ ନେଲେ କାଶ ପଟେଲ

ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍‌ବିଆଇ) ର ନବମ ନିର୍ଦ୍ଦେଶକ ଭାବେ ଶପଥ ନେଲେ ଆମେରିକାର ପ୍ରଥମ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ । ଶୁକ୍ରବାର ଦିନ ସେ ଶ୍ରୀମଦ୍ ଭଗବଦ୍ ଗୀତା ଉପରେ ହାତ ରଖି ଶପଥ ନେଇଥିଲେ…

ରନ୍‌ୱେରେ ବଡ଼ଧରଣର ବିମାନ ଦୁର୍ଘଟଣା: ୧୮ ଆହତ

କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ଡେଲ୍ଟା ଏୟାରଲାଇନ୍ସର ବିମାନ (୪୮୧୯) ବଡ଼ଧରଣର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବା ସମୟରେ ରନ୍‌ୱେରେ ଓଲଟି ପଡିଥିଲା ଡେଲ୍ଟା ଏୟାରଲାଇନ୍ସ ବିମାନ । ଦୁର୍ଘଟଣା ସମୟରେ ବିମାନରେ ୭୬ ଜଣ ଯାତ୍ରୀ ଥିବା ବେଳେ…