Category: ଦେଶ

ପୁରୀ ବେଳାଭୂମିରେ ମହାମହିମଙ୍କ ମର୍ଣ୍ଣିଂ ୱାକ୍ 

ସକାଳୁ ସକାଳୁ ପୁରୀ ବେଳାଭୂମିରେ ମହାମହିମ କରିଛନ୍ତି ମର୍ଣ୍ଣିଂ ୱାକ୍ । ଆଜି ଭୋରରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିଛନ୍ତି । ତାଙ୍କ ସାଙ୍ଗରେ ଥିଲେ ସୁରକ୍ଷା କର୍ମୀ । କଡା…

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ପହଞ୍ଚିବା ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ…

ଜୁଲାଇ ୨୩ରେ ଉପସ୍ଥାପନା କରାଯିବ କେନ୍ଦ୍ର ବଜେଟ୍

କେନ୍ଦ୍ରରେ ପୁଣିଥରେ କ୍ଷମତାକୁ ଆସିଛି ମୋଦୀ ସରକାର । ଆଉ ୩ୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ହେବ ମୋଦୀ ସରକାରର ପ୍ରଥମ ବଜେଟ୍ । ଏହି ଦେଶର ସାଧାରଣ ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ…

ସାହସିକତା ପାଇଁ ଓଡ଼ିଆ ପୁଅଙ୍କୁ ସୌର୍ଯ୍ୟଚକ୍ର ସମ୍ମାନ

ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଠାରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହ ଆୟୋଜନ କରାଯାଇଥିଲା। ଏହି ସମାହାରରେ ସାହସିକତା ପାଇଁ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ନୌସେନାରେ କାର୍ଯ୍ୟରତ ଅଛନ୍ତି ଲେଫ୍ଟନାଣ୍ଟ ବିମଳ…

ନିଟ୍‌ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ

ନିଟ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ । କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ତରଫରୁ ଘୋଷଣା ହେବ ନୂଆ ତାରିଖ। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନସେଲିଂକୁ ଘୁଞ୍ଚାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଆଜି ଅର୍ଥାତ ଜୁଲାଇ ୬ ତାରିଖରେ ନିଟ୍ ୟୁଜି ପରୀକ୍ଷାର…

ହାଥରସ୍ ସତସଙ୍ଗରେ ଦଳାଚକଟା ଘଟଣା: ମୁହଁ ଖୋଲିଲେ ଭୋଲେ ବାବା

ଉତ୍ତରପ୍ରଦେଶର ହାଥରସରେ ଏକ ‘ସତସଙ୍ଗ’ରେ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିବାରେ ପୂର୍ବତନ କନଷ୍ଟେବଳ ସୁରଜପାଲ୍‌ ତଥ‌ା ଆତ୍ମ ଘୋଷିତ ଭଗବାନ ଭୋଲେ ବାବା ପ୍ରଥମ ଥର ପାଇଁ ଭିଡ଼ିଓ ମଧ୍ୟରେ ସାମ୍ନାକୁ ଆସିଛନ୍ତି। ଭିଡିଓ ବାର୍ତ୍ତାରେ ସତସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧…

କେରଳର ସହ ପ୍ରଭାରୀ ଭାବେ ନିଯୁକ୍ତ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ବିଭିନ୍ନ ରାଜ୍ୟ ପାଇଁ ୨୪ ଜଣଙ୍କୁ ପ୍ରଭାରୀ ଏବଂ ସହପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି। ଓଡ଼ିଶା ପ୍ରଭାରୀ ଭାବେ ବିଜୟପାଲ ସିଂ ତୋମାର ନିଯୁକ୍ତ ହୋଇଥିବା ବେଳେ ସହ-ପ୍ରଭାରୀ ହୋଇଛନ୍ତି ଲତା ଉସେଣ୍ଡି । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା…

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ନାରାୟଣପୁର ତେଲାଙ୍ଗୁର ଜଙ୍ଗଲରେ ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ ହୋଇଛି।

ବ୍ରିଟେନର ସାଧାରଣ ନିର୍ବାଚନରେ ହାରିଲେ ଋଷି ସୁନକ

ଦୀର୍ଘ ବର୍ଷ ପରେ ବ୍ରିଟେନରେ ବଦଳି ଯାଇଛି ସତ୍ତା। ନୂଆ ଇତିହାସ ରଚିଛି ଲେବର୍ ପାର୍ଟି। ଗତକାଲି ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ କୋଟି କୋଟି ଜନତା ମତାଧିକାର ସାବ୍ୟସ୍ତ କରିଛନ୍ତି। ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ କେର୍‍ ଷ୍ଟାର୍ମରଙ୍କ ଲେବର…

ସୁନ୍ଦରଗଡ଼ ଜିଲ୍ଲାପାଳ ହେଲେ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ ସୁନ୍ଦରଗଡ ଜିଲ୍ଲାପାଳ ଡ଼. ଗାଭଲି ପରାଗ ହର୍ଷଦ । ନୂଆ ନିଯୁକ୍ତି ମିଳିବା ପରେ ଦିଲ୍ଲୀ ଗଲେ ସୁନ୍ଦରଗଡ଼ ଜିଲ୍ଲାପାଳ ।