Category: ତାଜା ଖବର

ପିପିଲିରେ ବିଜେଡି କର୍ମୀଙ୍କ ଆକ୍ରମଣରେ ସମିତିସଭ୍ୟ ସହ ୨ ଗୁରୁତର

ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା ଦେଖିବାକୁ ମଳିଛି। ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ…

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ

ରାଜ୍ୟରେ ଆସନ୍ତାକାଲି ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ୍ । ଦେଶର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ଆସନରେ ହେବ ମତଦାନ । ଭୋଟରଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ…

ହାରିବା ଭୟରେ ଟଙ୍କା ବାଣ୍ଟୁଛନ୍ତି ପ୍ରଣବ ପ୍ରକାଶ ଦାସ: ବିଜେପି

ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ହାରିବା ଭୟରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ । ପ୍ରଣବ ପ୍ରକାଶ ଦାସ ହାରିବା ଭୟରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ବିଜେପିର…

୪୮ ଘଣ୍ଟା ଭିତରେ ପ୍ରମାଣ ଦେଇପାରିଲେନି ମୁଖ୍ୟମନ୍ତ୍ରୀ: ଅପରାଜିତା

ଆଜି ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡଙ୍ଗୀ କହିଛନ୍ତି ଲିଙ୍ଗରାଜ ମନ୍ଦିର ବିକାଶକୁ ବିରୋଧ ପ୍ରସଙ୍ଗରେ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ କାମକୁ ବିରୋଧ କରୁଥିବା ନେଇ ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା…

ନବୀନ ବାବୁଙ୍କୁ ଆରାମ ଦେବେ, ବିଜେପିକୁ କାମ ଦେବେ ଓଡ଼ିଶାବାସୀ: ଜେପି ନଡ୍ଡା

ମୟୂରଭଞ୍ଜର କରଞ୍ଜିଆ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ କହିଛନ୍ତି ନବୀନ ବାବୁଙ୍କୁ ଆରାମ ଦେବେ, ବିଜେପିକୁ କାମ ଦେବେ ଓଡ଼ିଶାବାସୀ। ଏ ସରକାର ଆଉଟସୋର୍ସ ହୋଇଯାଇଛି ଏହାକୁ ହଟାଇବା…

ପୁରୀ ଜିଲ୍ଲା ସତ୍ୟବାଦୀରେ ରାଜନୈତିକ ହିଂସା

ପୁରୀ ଜିଲ୍ଲା ସତ୍ୟବାଦୀରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ରାଜନୈତିକ ବଚସାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଛି ।ସତ୍ୟବାଦୀ ବ୍ଲକ ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ସେହି ଗାଁର ଜଣେ ଯୁବକ ଧାରୁଆ ଅସ୍ତ୍ରରେ ହାଣିଛନ୍ତି। ପୋଲିସ ପହଞ୍ଚି ତଦନ୍ତ…

ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି :ଯୋଗୀ

ଓଡ଼ିଶାରେ ପହଞ୍ଚି ଚିଲିକାରେ ନିର୍ବାଚନ ପ୍ରଚାର ସଭାରେ ଯୋଗଦେଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚିଲିକା ବାଣପୁର ସଭାରେ ଯୋଗ ଦେଉ ଦେଉ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି ପ୍ରଭୁ ଜଗନ୍ନାଥ ଆମକୁ…

ବିଜେଡି ପ୍ରାର୍ଥୀ ବଦ୍ରି ସମର୍ଥକଙ୍କ ଆକ୍ରମଣରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନଙ୍କ ସମର୍ଥକ ଗୁରୁତର

ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା କିନ୍ତୁ ଏବେଠୁ ଦେଖାଗଲାଣି ନିର୍ବାଚନୀ ହିଂସା । ଗତକାଲି ଘଷିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି ଅଭିଯୋଗ ହୋଇଛି ।…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରୁଛି ପ୍ରଚାର । ଆସନ୍ତା ୨୫ ତାରିଖରେ ପଡିବ ଭୋଟ । ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ଏଥର କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର…

କଣ୍ଟାମାଳର ଦୁଇଟି ବୁଥରେ ଆଜି ହେଉଛି ସାନି ମତଦାନ

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ଥିବା ଦୁଇଟି ବୁଥରେ ପୁନଃ ମତଦାନ ଆରମ୍ଭ ହୋଇଛି । କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ଭୋଟ୍ ଦେଉଛନ୍ତି ଭୋଟର । ଏହି ଦୁଇ ବୁଥ ହେଉଛି କଣ୍ଟାମାଳର କିରାସିରା…