ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା। କେବଳ ସେତିକି ନୁହେଁ, ତାଙ୍କ ଘରୁ ୩୦ ଭରି ସୁନା ଗହଣା ମିଳିଥିବା ସୂଚନା ମିଳିଛି। ଏହା ସହିତ ତାଙ୍କର ଏକାଧିକ ପ୍ଲଟ ଠାବ କରାଯାଇଛି। ରାୟଗଡ଼ାରେ ଶ୍ରୀ ଚୌଧୁରୀଙ୍କର ୪ଟି ପ୍ଳଟ ଥିବା ବେଳେ ଟିକିରିରେ ଗୋଟିଏ ଅଛି। ସେହିପରି ଭୁବନେଶ୍ୱର ଓ କଟକରେ ମଧ୍ୟ ତାଙ୍କର ପ୍ଲଟ ଥିବା ଜଣାପଡ଼ିଛି। ତେବେ ମନରେଗା ମେଟଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢ଼ଉ କରିଥିଲା। ତେବେ ଭିଜିଲାନ୍ସକୁ ଦେଖି ଯନ୍ତ୍ରୀ ବେହୋସ ହୋଇଯାଇଥିଲେ।