ward-announced-by-odisha-police-to-trace-missing-children
ରାଜଧାନୀରେ ଚିନ୍ତା ବଢ଼ାଇଛି ପିଲା ନିଖୋଜ ଘଟଣା । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ତିନି ଜଣ ଶିଶୁ ନିଖୋଜ ହେବା ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ପିଲାଙ୍କ ବିଷୟରେ ଖବର ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି ।
 
ଭୁବନେଶ୍ୱରର ସାଲିଆସାହି ଅନ୍ତର୍ଗତ ଦୁଇ କିଶୋରୀ ବାଳିକା ସୁମିତ୍ରା ଦେହୁରୀ ଏବଂ ଶୁଭଶ୍ରୀ ନାୟକ ନିଖୋଜ ହୋଇଯାଇଛନ୍ତି । ସେମାନେ ଘରୁ ବାହାରି ଫେରି ନାହାନ୍ତି । ଏହାବ୍ୟତୀତ, ଧଉଳୀ ଅଞ୍ଚଳରୁ ପ୍ରଦ୍ୟୁମ୍ନ ପ୍ରଧାନ ନିଖୋଜ ହୋଇଯାଇଛନ୍ତି ।
 
ଛକ ଓ ବଜାରରେ ନିଖୋଜ ପିଲାଙ୍କ ପୋଷ୍ଟର ଲାଗିଛି । ପରିବାରର ଏତଲା ଆଧାରରେ ପୋଲିସ ପିଲାଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ।
 
ପିଲାଙ୍କ ବିଷୟରେ ଖବର ଦେବା ପାଇଁ କମିସନରେଟ ପୋଲିସ ନମ୍ବର ପ୍ରକାଶ କରିଛି । ସେହି ନମ୍ବର ଗୁଡିକ ହେଲା 9439646499, 8280338310, 9437123496, 9090289230, 9777928911 । ଖବର ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ପୋଲିସ କହିଛି ।
 

By Nirvay

Leave a Reply

Your email address will not be published. Required fields are marked *