ରାଜ୍ୟସଭା ସଂସଦ ଗୃହରେ ଥିବା ସିଟ୍‌ ତଳୁ ବାହାରିଲା ପୁଳା ପୁଳା ଟଙ୍କା। ସେ ପୁଣି ଜଣେ କଂଗ୍ରେସ ସାଂସଦଙ୍କ ଆସନରୁ । କଂଗ୍ରେସ ସାଂସଦ ଅଭିଷେକ ମନୁଙ୍କ ସିଟ୍‌ ତଳୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ଏହାକୁ  ନେଇ ଆଜି ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟସଭା ଅଧ୍ୟକ୍ଷ। ଏହାର ଏବେ ଯାଞ୍ଚ କରାଯାଉଛି ।

ଆଜି ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସଦନର କାର୍ଯ୍ୟ ଆରମ୍ଭ ହେବା କ୍ଷଣି ସୂଚନା ଦେଇଛନ୍ତି, ଗତକାଲି ଗୁରୁବାର ଗୃହ କାର୍ଯ୍ୟ ସ୍ଥଗିତ ହେବା ପରେ ସୁରକ୍ଷା ଅଧିକାରୀଙ୍କ ସିଟ୍ ନମ୍ବର ୨୨୨ରୁ ଟଙ୍କା ବିଡ଼ା ଜବତ କରିଥିଲେ । ଏ ନେଇ ସୁରକ୍ଷାକର୍ମୀ ତୁରନ୍ତ ଗୃହର ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ଉକ୍ତ ଆସନଟି ତେଲେଙ୍ଗାନା କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘବୀଙ୍କୁ ଆଲର୍ଟ କରାଯାଇଛି । ନିୟମ ମୁତାବକ ଏହାର ଯାଞ୍ଚ ଜାରି ରହିଛି । ଏହି ସୂଚନା ପରେ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ହଙ୍ଗାମା ଆରମ୍ଭ କରିଦେଇଛନ୍ତି ।

ଅନ୍ୟପଟେ ରାଜ୍ୟସଭାରେ ଆସନରୁ ଟଙ୍କା ବିଡ଼ା ମିଳିବା ଘଟଣାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘବୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ମୁଁ ମାତ୍ର ୫୦୦ ଟଙ୍କା ନେଇକି ଯାଏ । ମିଳିଥିବା ଟଙ୍କା ବିଡ଼ା ତାଙ୍କର ନୁହେଁ । କିଏ ଓ କାହିଁକି ଟଙ୍କା ବିଡ଼ା ରଖିଲା ତାହାର ଯାଞ୍ଚ ହେବା ଦରକାର ।

କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘବୀ ଆଉ ମଧ୍ୟ କହିଛନ୍ତି ଗୁରୁବାର ୧୨ଟା ୫୭ ମିନିଟରେ ଗୃହରେ ପହଁଚିଥିଲେ ଏବଂ ୩ ମିନିଟ୍ ପରେ ୧ଟାରେ ଗୃହ ସ୍ଥଗିତ ହୋଇଥିଲା । ମୁଁ ସାଢ଼େ ଗୋଟିଏ ଯାଏଁ ଅଯୋଧ୍ୟାର ସାଂସଦ ରାମୀ ରେଡ୍ଡୀଙ୍କ ସହିତ କ୍ୟାଣ୍ଟିନରେ ବସିଥିଲି ଏବଂ ପୁଣି ସଂସଦରୁ ବାହାରି ଆସିଥିଲି । ତେଣୁ ମିଳିଥିବା ଟଙ୍କା କାହାର ମୁଁ ଜାଣି ନାହିଁ ।

Leave a Reply

Your email address will not be published. Required fields are marked *