ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ୫୦ କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ ରେସଲିଂର ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଓଜନ ବୃଦ୍ଧି ଯୋଗୁଁ ଡିସ୍କ୍ୱାଲିଫାଏଡ୍ ହୋଇଥିଲେ। ଡିସ୍କ୍ୱାଲିଫାଏଡ୍ ହେବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍ (CAS) ରେ ଏକ ଆବେଦନ କରାଯାଇଥିଲା। କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ଭିନେଶଙ୍କ ଯୁଗ୍ମ ରୌପ୍ୟ ପାଇଁ କରିଥିବା ଆବେଦନକୁ ମଧ୍ୟ ଗ୍ରହଣ କରିଛନ୍ତି। ଯାହାର ଶୁଣାଣି ଭାରତୀୟ ସମୟ ଅନୁସାରେ ଆଜି ୯.୩୦ଟାରେ ହେବାକୁ ଥିଲା ।
ବର୍ତ୍ତମାନ ବିନେଶ ଫୋଗାଟଙ୍କ ରୋପ୍ୟ ଜିତିବା ମାମଲାର ନିଷ୍ପତ୍ତି ବଦଳି ଅଗଷ୍ଟ ୧୧ ତାରିଖ ସନ୍ଧ୍ୟା ୯.୩୦ ପର୍ଯ୍ୟନ୍ତ ସମସ୍ତ ଦସ୍ତାବିଜ ଏବଂ କିଛି ପ୍ରଶ୍ନର ଉତ୍ତର ଦେବା ପାଇଁ CAS ଅନୁରୋଧ କରିଛନ୍ତି।
ପ୍ୟାରିସରେ ଖେଳ ସରିବାର ଦୁଇ ଦିନ ପରେ ଶେଷ ନିଷ୍ପତ୍ତି ଅଗଷ୍ଟ ୧୩ରେ ସାର୍ବଜନୀନ ହେବ।