ହୋମ୍ଗାର୍ଡ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ତରତୁଆ ପୋଲିସ ରିଜର୍ଭ ପଡ଼ିଆରେ ଶାରୀରିକ ପରୀକ୍ଷା ଚାଲିଥିବାବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ । ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ପରୀକ୍ଷାର୍ଥୀ । ତେବେ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା କେରଲ୍ ଗ୍ରାମର ଅମାଦଗୁଲ୍ ହକ୍ । ତେବେ ପରୀକ୍ଷାର୍ଥୀଙ୍କ କେମିତି ମୃତ୍ୟୁ ହେଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଚି ଯାଞ୍ଚ ଆରମ୍ଭ କରିଛି । ସୂଚନା ଯୋଗ୍ୟ; ଆଜି ଖୋର୍ଦ୍ଧା ଜିଲ୍ଲା ତରତୁଆ ପୋଲିସ ରିଜର୍ଭ ପଡ଼ିଆରେ ଚାଲିଥିବା ଶାରୀରିକ ପରୀକ୍ଷା ବେଳେ ଅମାତୁଲ୍ ହକ୍ ଅସୁସ୍ଥ ହୋଇପଡ଼ିଥିଲେ । ଦୌଡ଼ୁଥିବାବେଳେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଆୟୋଜକ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି Post navigation ଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଧାରଣାରେ ଛାତ୍ରଛାତ୍ରୀ ଉପରାଷ୍ଟ୍ରପତି ନିର୍ବାଚନ ଘଟଣା; ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ଆଦୌ ସମର୍ଥନ ଦେବୁନି: ମହେଶ ସାହୁ