ବିଜୁ ଜନତା ଦଳ ସକାଶେ ୨୦୨୪ ଥିଲା ସବୁଠୁ ଅଶୁଭ ଓ ଭୟଙ୍କର ବର୍ଷ । କିନ୍ତୁ ଆରମ୍ଭ ବେଳେ ବିଜଦ ମନରେ ପରିକ୍ରମା ପ୍ରକଳ୍ପକୁ ନେଇ ବଡ଼ ଆଶା ଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ମା’ ସମଲେଇ ପରିକ୍ରମା ପ୍ରକଳ୍ପ ଯୋଗୁ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ନବୀନ ଏବଂ ବିଜଦ ସପକ୍ଷରେ ଜବରଦସ୍ତ ହାୱା ସୃଷ୍ଟି ହେବ ବୋଲି ଦଳୀୟ ନେତୃତ୍ବ ଯେଉଁ ଅଟକଳ କରିଥିଲେ, ମାର୍ଚ୍ଚ ସରୁସରୁ ସେଥିରେ ଭଟ୍ଟା ପଡ଼ିଯାଇଥିଲା। ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଇଥିଲେ ନେତୃତ୍ବ। ତେବେ କିପରି ରହିବ ୨୦୨୫ ବିଜଦ ଲାଗି ? ଏହାର ତର୍ଜମା କରାଯାଉ।

ଗୋଟିଏ ଧକ୍କା ନବୀନଙ୍କ ନେତୃତ୍ବକୁ ଏମିତି ଅସହାୟ କରିଦେଇ ସାରିଛି ଯେ ୨୦୨୫ରେ କିଛି ଭଲ ସଙ୍କେତ ଦିଶୁନାହିଁ । ତ୍ରୁଟି ସଂଶୋଧନ ପାଇଁ ୭ମାସର ସୁଯୋଗକୁ ନବୀନ ବାବୁ ହାତଛଡ଼ା କରିଛନ୍ତି । ଶାସନ କ୍ଷମତାରେ ୨୪ ବର୍ଷ ରହିବା ପରେ ପରାଜିତ ହେଲେ ନବୀନ ବାବୁ । ମାତ୍ର ତ୍ରୁଟି ସଂଶୋଧନ କରି ନୂଆ ରଣନୀତି ଏପର୍ଯ୍ୟନ୍ତ ପ୍ରସ୍ତୁତ କରିପାରିଲେ ନାହିଁ ସେ।

୨୦୨୫ ତା ତାଙ୍କ ଲାଗି ଅସୁମାରୀ ସମସ୍ୟା ଠିଆ କରାଇବ। ଗତ ୬ ମାସ ଭିତରେ ର ଦୁଇ ରାଜ୍ୟସଭା ସଦସ୍ୟ ମମତା ମହାନ୍ତ ଓ ସୁଜିତ କୁମାର ଦଳ ଛାଡ଼ି ଭାଜପାର ରାଜ୍ୟସଭା ସଦସ୍ୟ ହୋଇଗଲେ । ବହୁ ବ୍ଳକ୍ ଅଧ୍ୟକ୍ଷ ବିଜଦ ଛାଡ଼ୁଛନ୍ତି । ସମିତି ସଭ୍ୟ ଏବଂ ସରପଞ୍ଚ ଭାଜପା ମୁହାଁ ହେଉଛନ୍ତି । ସବୁଠୁ ପୀଡ଼ାଦାୟକ ଘଟଣା ହେଲା ଶଙ୍ଖଭବନରେ ନାରୀ ନେତ୍ରୀମାନେ ହାତାହାତି ହେଉଛନ୍ତି । ଏହା ୬ ମାସ ଭିତରେ। ବର୍ଷେ କ୍ଷମତାରୁ ବାହାରେ ରହିଲା ବେଳକୁ ଦଳର ଖାଲି ହୋଇଯାଇଥିବ । ଏବେ ବିଲ କିମ୍ବା ମଣ୍ଡପ ବୁଲିଲେ କିଛି ହୋଇପାରିବ କି ? ଯେପର୍ଯ୍ୟନ୍ତ ପାଣ୍ଡିଆନଙ୍କୁ ପାଖରେ ରଖିଥ‌ିବେ, ସେପର୍ଯ୍ୟନ୍ତ ତାଙ୍କର ସମସ୍ତ ଲୋକପ୍ରିୟତା ସତ୍ତ୍ୱେ ଜନତାଙ୍କ ବିଶ୍ୱାସ ଫେରିବ ନାହିଁ ।

Leave a Reply

Your email address will not be published. Required fields are marked *