ନୂଆପଡା ଉପନିର୍ବାଚନ ପାଇଁ ଆସନ୍ତା ୧୧ ତାରିଖରେ ପଡିବ ଭୋଟ୍ । ଏଥି ପାଇଁ ଆଜି ସରିଲା ପ୍ରଚାର । ଉପନିର୍ବାଚନ ପାଇଁ ଆଜି ଅପରାହ୍ନ ୪ଟାରୁ ନୀରବ ଅବଧି ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ । ସେ କହିଛନ୍ତି ଅନ୍ୟ ଜିଲ୍ଲାରୁ ଯେଉଁମାନେ ପ୍ରଚାର ପାଇଁ ଯାଇଥିଲେ ସେମାନେ ସ୍ଥାନ ଛାଡ଼ି ସାରିଲେଣି । ଆସନ୍ତାକାଲି ପୋଲିଂ ପାର୍ଟି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍ରେ ପହଞ୍ଚିବେ ଏବଂ ସବୁ ବୁଥ୍ରେ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ରହିବେ । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବ ବୋଲି ଆଶା କରାଯାଉଛି। ୫୭ ସମ୍ବେଦନଶୀଳ ବୁଥ୍ ଅଛି । ସବୁ ବୁଥ୍ରେ ପୋଲିସ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ ଅଛନ୍ତି । ସାଇଲେଣ୍ଟ ଆୱାରରେ ଏକାକୀ ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରିପାରିବେ । ରାତି ୧୦ଟା ପରେ ସମ୍ପୂର୍ଣ୍ଣ ପ୍ରଚାର ବନ୍ଦ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ସୂଚନା ଯୋଗ୍ୟ; ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ମୈଦାନରେ ବିଜେପି ଭୋଟ୍ ମାଗିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗୀନି ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି । Post navigation Nuapada Bypoll: ଉପନିର୍ବାଚନ ପାଇଁ ନୂଆପଡାରେ ଡେରା ପକାଇଛନ୍ତି ଛତିଶଗଡ ଗୁଣ୍ଡା: ବିଜେଡି Nuapada Bypoll: ଏଆଇର ଦୁରୁପଯୋଗ ନେଇ ସାଇବର ଏସିପିଙ୍କୁ ଏତଲା ଦେଲା ବିଜେପି ପ୍ରତିନିଧିମଣ୍ଡଳୀ