ଆନ୍ଧ୍ର ପ୍ରଦେଶରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଘରୋଇ ବସ୍ଟି ଓଡ଼ିଶାର । ବସ୍ଟି ଓଡ଼ିଶାର ରାୟଗଡ଼ା ଜିଲ୍ଲା RTO ରେ ପଞ୍ଜିକୃତ ହୋଇଥିଲା ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । କେଉଁ ପରିସ୍ଥିତିରେ ବସ୍ଟି ହାଇଦ୍ରାବାଦରୁ ବେଙ୍ଗାଳୁରୁ ଚାଲିଥିଲା ତାହା ଏବେଯାଏଁ ଅସ୍ପଷ୍ଟ ଅଛି ତେବେ ତଦନ୍ତ ପାଇଁ ରାୟଗଡ଼ା RTOକୁ କୁହାଯାଇଛି ବୋଲି ରାୟଗଡା ଜିଲ୍ଲାପାଳ କହିଛନ୍ତି । କହିରଖୁଛୁ ଯେ, ଗୁରୁବାର ଦିନ ଯାତ୍ରୀବାହୀ ବସ୍ଟି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଗୋଟିଏ ବାଇକ ସହ ଧକ୍କା ହେବା ଫଳରେ ବସ୍ରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କିଛି ମୃତଦେହ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ସେମାନଙ୍କ ପରିଚୟ ମିଳିବା ପ୍ରଶାସନ ପାଇଁ କାଠିକର ପାଠ ହୋଇ ପଡ଼ିଛି । ସେମାନଙ୍କ ପରିଚୟ ହାସଲ କରିବାକୁ ଡିଏନଏ ଟେଷ୍ଟ କରାଯିବ ବୋଲି ପୋଲିସ କହିଛି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି । ବସ୍ରେ ୨୩୪ଟି ସ୍ମାର୍ଟଫୋନ୍ ଥିଲା । ଯାହାକି ଦୁର୍ଘଟଣା ସମୟରେ ବିସ୍ଫୋରଣ ହେବା ସହ ନିଆଁକୁ ଆହୁରି ବ୍ୟାପକ କରିଥିଲା ବୋଲି ସୂଚନା ମିଳିଛି । Post navigation India wins 3rd ODI: ତୃତୀୟ ଦିନିକିଆରେ ଭାରତ ବିଜୟ; ସିରିଜ୍କୁ ୨-୧ ରେ ଜିତିଲା ଅଷ୍ଟ୍ରେଲିଆ Nuapada By-Poll: ସରକାରୀ ସମ୍ପତ୍ତିର ଦୁରୁପଯୋଗ ନେଇ ବିଜେପି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି