ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲରେ ହୋଇଛି ଗୁଳିକାଣ୍ଡ । ୨୦୦ରୁ ଊର୍ଦ୍ଧ୍ବ ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ୧୦୦ ବୋମା ଫୁଟିଥିବା ସୂଚନା । ଗୁଳିକାଣ୍ଡ ଯୋଗୁ ନଷ୍ଟ ହୋଇଯାଇଛି ଦାମୀ ଦୀମୀ କାର୍।ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଗୁଳିକାଣ୍ଡ ଘଟଣାରେ ହେମଗିରି, ବେଲପାହାଡ଼ ଓ ରାୟଗଡ଼ରୁ ୧୫ ଅଟକ ରଖାଯାଇଛି। ଏହି ଘଟଣାରେ ପ୍ରାୟ ୬ରୁ ଆହତ ସୁନ୍ଦରଗଡ଼ ଓ ରାୟଗଡ଼ରେ ଭର୍ତ୍ତି ହୋଇଥିଲେ।

ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ ଖଣି ଅଂଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ, ଖଣ୍ଡା ବୁଲିବା ସହ ବହୁ ରାଉଣ୍ଡ ଗୁଳିଚାଳନା ହୋଇଥିଲା। କୋଇଲା ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଉତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠ ବୋମା ମାଡ କରିବା ସହ ୨ଶହ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଖବର ମିଳିଛି । ଘଣ୍ଟାଏ ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଓ ଗୁଳିଚାଳନା କରିବାରୁ ଅନେକ ଯୁବକ ଆହତ ହୋଇଛନ୍ତି। ଆହତମାନଙ୍କୁ ରାୟଗଡ଼ ଡାକ୍ତରଖାନ‌ା ନିଆଯାଇଛି। ଜଣକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ୧୫ ଜଣଙ୍କୁ ଥାନାରେ ଅଟକ ରଖିଛି।

Leave a Reply

Your email address will not be published. Required fields are marked *