ରାଜ୍ୟରେ ଥିବା ଚୋରା ମଦ ଭାଟିକୁ ଗୁଣ୍ଡ କରିବ ବୁଲ୍‌ଡୋଜର । ଚୋରା ମଦ କାରବାର ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି ସାରା ରାଜ୍ୟରେ ଥିବା ଚୋରା ମଦ ଭାଟି ଚଢ଼ାଉ କରାଯାଉଛି । ଯେଉଁଠି ଚୋରା ମଦ ଭାଟି ଅଛି ତାକୁ ବୁଲ୍‌ଡୋଜର ଲଗାଇ ସଫା କରାଯିବ । ଏ ପର୍ଯ୍ୟନ୍ତ ୨୧୭ଟି ବେଆଇନ ମଦ ଭାଟି ଉପରେ ଚଢାଉ କରାଯାଇଥିବା ବେଳେ ୧୧୭ ଜଣମକୁ ଗିରଫ କରାଯାଇଛି।

ମନ୍ତ୍ରୀ ପୃଥ୍ବୀରାଜ ଆଉ ମଧ୍ୟ କହିଛନ୍ତି ଚିକିଟି ଘଟଣାରେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକଙ୍କୁ ବଦଳି କରାଯାଇଛି । ଦୁଇ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ମାମଲାରେ ଆରଡିସି ସ୍ତରୀୟ ତଦନ୍ତ ହେବ। ୨ ମାସ ମଧ୍ୟରେ ରିପୋର୍ଟ ଆସିବ। ରିପୋର୍ଟ ଆସିଲା ପରେ କାର୍ଯାନୁଷ୍ଠାନ ନିଆଯିବ । ଚୋରା ମଦ ବନ୍ଦ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

Leave a Reply

Your email address will not be published. Required fields are marked *