Budget Session Of Odisha Assembly to begin from February 17
ଚଳିତ ବର୍ଷ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ । ଏହି ବଜେଟ ଅଧିବେଶନ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ।
 
ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି ବିଧାନସଭାରେ ଅଭିଭାଷଣ ରଖିବେ । ଫେବୃଆରୀ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ର ବଜେଟ ଆଗତ କରିବେ ।
 
ଚଳିତ ବର୍ଷ ବଜେଟ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିବ । ତେବେ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୨୨ଟି କାର୍ଯ୍ୟ ଦିବସ ରହିଛି । ମାର୍ଚ୍ଚ ୩୧ ତାରିଖ ଦିନ ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହେବ ।
 
ଏଥର ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପାଇଁ କ’ଣ ନୂଆ ଯୋଜନା ଓ ଘୋଷଣା ଉପହାର ଦେବେ, ତାହା ଉପରେ ସଭିଙ୍କ ନଜର ରହିଛି ।

By Nirvay

Leave a Reply

Your email address will not be published. Required fields are marked *