୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ବଜେଟ୍ରେ ଦେଶରେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ➡️ଭାରତନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରଦାନ କରାଯିବ । ➡️ସ୍କୁଲ ଏବଂ ଉଚ୍ଚଶିକ୍ଷା ପାଇଁ ଭାରତୀୟ ଭାଷା ପୁସ୍ତକଗୁଡ଼ିକୁ ଡିଜିଟାଲାଇଜ କରିବା ପାଇଁ ସରକାର ଭାରତୀୟ ଭାଷା ପୁସ୍ତକ ଯୋଜନା ଆରମ୍ଭ କରାଯିବ । ➡️ବୈଷୟିକ ଗବେଷଣା ପାଇଁ ୧୦,୦୦୦ ଫେଲୋସିପ୍: ଆଗାମୀ ୫ ବର୍ଷ ମଧ୍ୟରେ IIT ଏବଂ IISc ରେ ବୈଷୟିକ ଗବେଷଣା ପାଇଁ ୧୦,୦୦୦ ରୁ ଅଧିକ ଫେଲୋସିପ୍ ପ୍ରଦାନ କରାଯିବ । ➡️ବିଶ୍ୱସ୍ତରୀୟ ବିଶେଷଜ୍ଞତା ସହିତ ଦକ୍ଷତା ପାଇଁ ପାଞ୍ଚଟି ରାଷ୍ଟ୍ରୀୟ କେନ୍ଦ୍ର ସ୍ଥାପନ କରାଯିବ । ➡️ସରକାର ପାଞ୍ଚଟି IITରେ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି କରିବେ ଏବଂ IIT ପାଟନାର ବିସ୍ତାର କରାଯିବ । ➡️ମେଡିକାଲ କଲେଜ ଏବଂ ହସ୍ପିଟାଲଗୁଡ଼ିକରେ ୧୦,୦୦୦ ସିଟ୍ ଯୋଡାଯିବ । ➡️ପାଖାପାଖି ୧ କୋଟିରୁ ଅଧିକ ଗ୍ରନ୍ଥାବଳୀର ସର୍ଭେ, ତଥ୍ୟ ସଂଗ୍ରହ ଏବଂ ସଂରକ୍ଷଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା । ➡️’ଜ୍ଞାନ ଭାରତମ୍ ମିଶନ” ମାଧ୍ୟମରେ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ହେବ ଭାରତର ପୁରାତନ ଜ୍ଞାନ । ➡️ଦେଶରେ ଯୁବବର୍ଗଙ୍କ ପ୍ରୋତ୍ସାହିତ କରିବା ପାଇଁ ଆଗାମୀ ୫ବର୍ଷ ମଧ୍ୟରେ ପ୍ରତିଷ୍ଠା ହେବ ୫୦ହଜାର ଅଟଳ ଟିଙ୍କରିଂ ଲ୍ୟାବ। ➡️ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ଶହ କୋଟିର ସ୍ଵତନ୍ତ୍ର ବ୍ୟୟବରାଦ । Post navigation ବଜେଟ୍ ୨୦୨୫-୨୬: ଜାଣନ୍ତୁ କେଉଁ ସବୁ ସୁବିଧା ପାଇବେ ଦେଶବାସୀ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ