ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର । ପ୍ରଥମେ ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଅନୁରୋଧ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଏହି ସେଣ୍ଟର ଖୋଲାଯିବ ନେଇ ଆଜି ବିଶ୍ଵ ସ୍ତନପାନ ସପ୍ତାହ ଉପଲକ୍ଷେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ସପିଂ ମଲ୍ ମହିଳା ଗ୍ରାହକ ଅଧିକ । ତେଣୁ ସେମାନେ ସୁବିଧା ପାଇଁ ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ନିହାତି କରିବା କଥା । ଏହା ନହେଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ । ତେଣୁ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକୁ ନିଜ ଗ୍ରାହକଙ୍କ ପାଇଁ ଏହି ସବୁ ବ୍ୟବସ୍ଥା ପାଇଁ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଏହାସହ ଏହିବସବୁ ସୁବିଧା ସର୍ବସାଧାରଣ ସ୍ଥାନରେ ରହିଲେ ବ୍ରେଷ୍ଟ ଫିଡ଼ିଂ ଦ୍ଵାରା ହେଉଥିବା ବ୍ରେଷ୍ଟ କ୍ୟାନସର, ଟାଇପ୍ ୨ ଡାଇବେଟିସ୍ ଭଳି ରୋଗ ମା’କୁ ହେବନି ଓ ପିଲାଟି ମଧ୍ୟ ଅପପୁଷ୍ଟିର ଶିକାର ହେବନି। ଏହାସହ ଆଗକୁ ସରକାରୀ ଅଫିସ୍ ଓ ଅଭିଯୋଗ ଶୁଣାଣି ସ୍ଥାନରେ ଏହି ସେଣ୍ଟର ଖୋଲାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

 

Leave a Reply

Your email address will not be published. Required fields are marked *