ଅନାସ୍ଥା ଭୋଟିଂରେ ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ବିଜେଡିରୁ ପୌରାଧ୍ୟକ୍ଷ ଥିବା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଗତ ଜାନୁଆରୀ ୧୫ ତାରିଖରେ ହୋଇଥିଲା ଅନାସ୍ଥା ଭୋଟିଂ।  ୨୩ ଜଣ କାଉନସିଲର ଭୋଟ ଦେଇଥିଲେ । ଫଳରେ ଯାଜ୍ଞସେନୀ ଅଧ୍ୟକ୍ଷା ପଦ ହରାଇଛନ୍ତି ।

ସୂଚନା ଯୋଗ୍ୟ; ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଜେଡି ପୌରଅଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ପୌର ପରିଷଦର ସମସ୍ତ ବିଜେଡି କାଉନସିଲର । ପୌରାଧ୍ୟକ୍ଷ ଯାଜ୍ଞସେନି ଓରାମଙ୍କ ମନମୁଖୀ କାମ ସହିତ ବିଭିନ୍ନ ଉନ୍ନୟନ ମୂଳକ କାମରେ ଲୋକ ଅତିଷ୍ଠ ହୋଇଯାଇଥିବା ବେଳେ କାଉନସିଲରଙ୍କୁ ସହଯୋଗ କରୁ ନଥିବାରୁ ବାଧ୍ୟ ହୋଇ ଅନାସ୍ଥା ପ୍ରସ୍ତାବ ଆଣିଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ  ବିଜେଡିର ୨୦ କାଉନସିଲରଙ୍କ ସହ ବିଜେପି ଓ ବିଏସପି ଜଣେ ଲେଖାଏଁ କାଉନସିଲର ମଧ୍ୟ ଅନାସ୍ଥା ପ୍ରସ୍ତାବର ସାଥ ଦେଇଥିଲେ ।

ଏହାପରେ ଜାନୁଆରୀ ୧୫ ତାରିଖରେ ହୋଇଥିଲା ଅନାସ୍ଥା ଭୋଟିଂ।  ୨୩ ଜଣ କାଉନସିଲର ଭୋଟ ଦେଇଥିଲେ । ଏହାପରେ ଅନାସ୍ଥା ଭୋଟ ଘଟଣାରେ ଯାଜ୍ଞସେନୀ ହାଇକୋର୍ଟର ଦ୍ୱାରସ୍ଥ ହେବାପରେ ଅନାସ୍ଥା ଭୋଟର ଫଳାଫଳକୁ ଘୋଷଣା କରିବାକୁ ସ୍ଥଗିତ କରିବାର ନିଷ୍ପତ୍ତି ଦେଇଥିଲେ ମାନ୍ୟବର ହାଇକୋର୍ଟ । ଏହାପରେ ଗତକାଲି  ପୌରାଧ୍ୟକ୍ଷ ଯାଜ୍ଞସେନୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବାପରେ ଶନିବାର ଅନାସ୍ଥା ଭୋଟ ଗଣତି କରାଯାଇଥିଲା । ଯେଉଁଥିରେ ଯାଜ୍ଞସେନୀଙ୍କ ବିପକ୍ଷରେ ୨୨ଟି ଭୋଟ ପଡ଼ିଥିବାବେଳେ ସପକ୍ଷରେ ଗୋଟିଏ ଭୋଟ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *