ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା MVI । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ ଚାଲିଥିବା ଜଣାପଡ଼ିଛି । ବାରିପଦା ଘର, ବୌଦ୍ଧରେ ଥିବା ଭଡ଼ା ଘର, RTO ଅଫିସ୍‌ରେ ଚାଲିଛି ରେଡ୍।  ସେହିପରି ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହଯୋଗୀଙ୍କ ଘର ସମେତ ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟ୍‌ରେ ବି ଚଢ଼ାଉ କରାଯାଇଥିବା ଜଣାପଡିଛି।

ଏହି ଚଢାଉରେ ଭିଜିଲାନ୍ସର ୪ ଡିଏସ୍‌ପିଙ୍କ ସହ ୭ ଜଣ ଇନ୍‌ସିପେକ୍ଟର ସାମିଲ ରହିଛନ୍ତି । ବର୍ତ୍ତମାନ ଯାଏଁ ଚଢାଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *