ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା । ଆୟ ବହିର୍ଭୁତ ସମ୍ପତ୍ତିକୁ ନେଇ ରାଜ୍ୟର ୬ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏହାରି ମଧ୍ୟରେ ଗୋଲାପ ଚନ୍ଦ୍ର ହାଁସଦାଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଗୋଲାପ ଚନ୍ଦ୍ର ହାଂସଦାଙ୍କ ଅଛି ୩୬ ପ୍ଲଟ୍।  ବାରିପଦାରେ ୩୫ ଓ ବାଲେଶ୍ବରରେ ଅଛି ଗୋଟିଏ ପ୍ଲଟ୍ ରହିଥିବା ବେଳେ ବାରିପଦାରେ ଗୋଟିଏ ୨ ମହଲା କୋଠା ମଧ୍ୟ ଅଛି । ତାଙ୍କର ଗୋଟିଏ ଚାରିଚକିଆ ଓ ତିନିଟି ବାଇକ୍‌ ଥିବା ବି ଜଣାଯାଇଛି। ।

ଏହା ସହ ଝିଅର ମେଡିକାଲ ପାଠପଢ଼ାରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଏମଭିଆଇ । ଏଥିସହିତ ୫୬ ଲକ୍ଷର ଡିପୋଜିଟ୍ ସହ ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା, ୨୫୦ ଗ୍ରାମ୍ ସୁନା ଓ ୪୦୦ ଗ୍ରାମ୍ ରୁପା ଜବତ କରିଛି ଭିଜିଲାନ୍ସ।

ଏହି ଚଢାଉରେ ଭିଜିଲାନ୍ସର ୪ ଡିଏସ୍‌ପିଙ୍କ ସହ ୭ ଜଣ ଇନ୍‌ସିପେକ୍ଟର ସାମିଲ ରହିଛନ୍ତି ।

Leave a Reply

Your email address will not be published. Required fields are marked *