ଆଜି ସକାଳୁ ସକାଳୁ ଭୁବନେଶ୍ୱର ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ ଫାଟକ ଉପରକୁ ହୋଇଛି ବୋମା ମାଡ଼ । ମଞ୍ଚେଶ୍ୱର ଥାନା ପୋଲିସ ଏବଂ ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ସହ ଘଟଣାସ୍ଥଳରେ ଯାଞ୍ଚ କରିଛି ଏନଆଇଏ ଟିମ୍ । ତେବେ ବୋମାମାଡରେ କୌଣସି କ୍ଷତି ନେଇ ସୂଚନା ମିଳିନି। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ରହିଥିବାରୁ ସେସବୁକୁ ଅନୁଧ୍ୟାନ କରି ଯାଞ୍ଚ କରୁଛି ପୋଲିସ। ବିଦ୍ୟାଳୟ ଭଳି ଏକ ସ୍ଥାନରେ କାହିଁକି ଏବଂ କିଏ ବୋମା ମାଡ଼ କରିଛି ତାହା ଜଣାପଡ଼ି ନାହିଁ । ସୂଚନା ଯୋଗ୍ୟ; ଆଜି ସକାଳ ପ୍ରାୟ ୭ଟା ୪୫ ସୁଦ୍ଧା କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଯାଇଥିଲେ । ଏହା ପରେ ୭ଟା ୫୫ରୁ ୮ଟା ମଧ୍ୟରେ କେହି ଦୁର୍ବୃତ୍ତ ବାଇକରେ ଆସି ୨ଟି ବୋମା ମାଡ଼ କରି ତୁରନ୍ତ ଫେରାର ହୋଇଯାଇଥିଲେ । ଗୋଟିଏ ପଟେ ବିଦ୍ୟାଳୟ ପାଚେରୀ ଥିବାବେଳେ ଅନ୍ୟ ପାଖରେ ରେଲୱେ କଲୋନୀ ରହିଛି । ସେହି ରାସ୍ତା ମଝିରେ ହିଁ ବିଦ୍ୟାଳୟ ଗେଟ୍ ଉପରକୁ ବୋମା ମାଡ଼ ହୋଇଥିଲା । ଗୋଟିଏ ବୋମା ବିଦ୍ୟାଳୟ ପାଚେରୀକୁ ଫିଙ୍ଗା ଯାଇଥିବାବେଳେ ଆଉ ଗୋଟିଏ ବୋମା ୩ ନଂ ଫାଟକ ଉପରକୁ ଫିଙ୍ଗା ଯାଇଥିବା ଜଣାପଡ଼ିଛି । Post navigation Odisha boosts Maoist surrender policy: ବଢ଼ିଲା ମାଓବାଦୀଙ୍କ ଆତ୍ମସମର୍ପଣ ରାଶି