ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା । ଆତ୍ମଘାତୀ ବିସ୍ଫୋରଣରେ ୪୭ ମୃତ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି ଆତ୍ମଘାତୀ ହମଲା ଖବର ପାଇ ପୁଲିସ ଓ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଆହତ ଓ ମୃତକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ; ଗତକାଲି ସନ୍ଧ୍ୟା ୫.୪୫ ମିନିଟରେ ବେଲୁଚିସ୍ତାନର ତୁର୍ବତ୍ତ ସହର ଠାରୁ ପ୍ରାୟ ୮ କିମି ଦୂର ବେହମାନ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି ।  ଆତଙ୍କବାଦୀ ୧୩ଟି ଗାଡି ଉପରେ ଆକ୍ରମଣ କରିଥିଲେ । ଏଥିରେ ୫ଟି ବସ୍ ଏବଂ ୭ଟି ସୈନ୍ୟ ଗାଡି ଥିଲା । ଏହି ଆକ୍ରମଣରେ ଗୋଟିଏ ବସ୍ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିସ୍ଫୋରଣରେ ଏକ ଗାଡି ମଧ୍ୟ ସଂପୂର୍ଣ୍ଣ ଧ୍ବଂସ ହୋଇଛି

ଅନ୍ୟପଟେ ବେଲୁଚିସ୍ତାନର ବିଚ୍ଛିନ୍ନତାବାଦୀ ଉଗ୍ରବାଦୀ ସଂଗଠନ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ବିଏଲଏର ଆତ୍ମଘାତୀ ଆକ୍ରମଣକାରୀ ବ୍ରିଗେଡ୍ ଏହି ଆକ୍ରମଣ କରିଥିଲା। ବିଚ୍ଛିନ୍ନତାବାଦୀ ସଙ୍ଗଠନ ଏକ ବିବୃତ୍ତି ଜାରି କରି ଦାବି କରିଛି ଯେ ଏହାର ଫିଦାଇନ୍ ୟୁନିଟ୍ ମାଜିଦ ବ୍ରିଗେଡ୍ ତୁର୍ବତରେ ପାକିସ୍ତାନୀ ସେନା ର ଏକ କାଫିଆ ଉପରେ ଆକ୍ରମଣ କରି ଅନେକ ସୈନିକଙ୍କୁ ହତ୍ୟା କରିଛି। କିନ୍ତୁ ବିସ୍ଫୋରଣର ପ୍ରକୃତି ଜାଣିବାକୁ ପୁଲିସ ଉଦ୍ୟମ ଚଳାଇଛି।

Leave a Reply

Your email address will not be published. Required fields are marked *