ଆଜି ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ପୋରଣ ଘଟିଛି। ବିସ୍ଫୋରଣ ପରେ କାରଟିରେ ନିଆଁ ଲାଗିଯାଇଛି। ସୋମବାର ସନ୍ଧ୍ୟାରେ ଘଟିଥିବା ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଆହତ ହୋଇଥିବା ସୂଚନା ମିଳିଛି। ଲାଲକିଲ୍ଲା ମେଟ୍ରୋ ଗେଟ୍ ନମ୍ବର ୧ ନିକଟରେ ଏହି ବିସ୍ଫୋରଣ ଘଟିଛି। ତେବେ ବିସ୍ଫୋରଣ ପଛରେ କାରଣ ଜଣାପଡ଼ି ନାହିଁ। ଏହା ପରେ ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ କରାଯାଇଛି । ବିସ୍ଫୋରଣସ୍ଥଳରେ NIA ଓ NSG ଟିମ୍ର ତନାଘନା ଆରମ୍ଭ କରିଛନ୍ତି । ଅନ୍ୟପଟେ ଘଟଣା ସମୟରେ ବହୁ ସଂଖ୍ୟାରେ ଲୋକ ସେଠାରେ ଉପସ୍ଥିତ ଥିବା ଜଣାପଡ଼ିଛି । ଲାଲକିଲ୍ଲା ଅଞ୍ଚଳ ଧାରଣତଃ ସନ୍ଧ୍ୟାରେ ଭିଡ଼ ହୋଇଥାଏ। ତେବେ ବିସ୍ପୋରଣ ଫଳରେ ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି। ଏହା ଆତଙ୍କୀ କାର୍ଯ୍ୟକଳାପ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ନିଆଁ ଲିଭାଇବାକୁ ୭ଟି ଦମକଳ ଗାଡ଼ି ପହଞ୍ଚିଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାର ତଦନ୍ତ ଚାଲିଛି । ସୂଚନା ଯୋଗ୍ୟ; ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ପାର୍କିଂରେ ଛିଡା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ପାର୍କିଂରେ ଛିଡା ହୋଇଥିବା ଅନ୍ୟ ଅନେକ ଗାଡ଼ି ଜଳି ଯାଇଛି । ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ହଞ୍ଚିଥିଲା । ବିସ୍ଫୋରଣ କେମିତି ହେଲା ଏନେଇ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ କରାଯାଉଛି । Post navigation Nuapada Bye Election: ଏକପାଖିଆ ଦମନଲୀଳା ଚଳାଇଛି ନୂଆପଡ଼ା ପୁଲିିସ: ବିଜେଡି Pramod Bhagat bags Triple Gold: ଜାପାନ ପାରା ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତଙ୍କୁ ୩ ସ୍ଵର୍ଣ୍ଣ ପଦକ