ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏସ୍‌ଏମ୍‌ଏସ୍‌-୧ ୟୁନିଟ୍‌ରେ ବିସ୍ଫୋରଣରେ ୫ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ୫ ଶ୍ରମିକଙ୍କ ମଧ୍ୟରେ ୪ ଜଣ ସ୍ଥାୟୀ କର୍ମଚାରୀ ଓ ଜଣେ ଠିକା କର୍ମଚାରୀ ଥିବା ସୂଚନା । ତେବେ ବର୍ତ୍ତମାନ ଯାଏଁ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *