blank-firing-by-titilagarh-mla-during-ram-navami-procession-sparks-row
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା ଘଟଣାରେ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଡାକରା ହୋଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଲାଙ୍ଗୀର ଏସ୍‌ପି କହିଛନ୍ତି ।
 
ସୂଚନା ଅନୁଯାୟୀ, ଗତକାଲି ରାମ ନବମୀ ଅବସରରେ ଟିଟିଲାଗଡ଼ରେ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା । ଶୋଭାଯାତ୍ରା ସମୟରେ ନବୀନ ଜୈନ ପିଏସ୍‌ଓଙ୍କ ବନ୍ଧୁକ ନେଇ ଶହ ଶହ ଲୋକଙ୍କ ଭିତରେ ଫାଙ୍କା ଗୁଳିଚାଳନା କରିଥିଲେ । କିପରି ପିଏସ୍‌ଓ ବନ୍ଧୁକ ଦେଲେ ଏବଂ ବିଧାୟକ ଗୁଳି ଚଳାଇଲେ ତାକୁ ନେଇ ଚର୍ଚ୍ଚା ହେଉଛି ।
 
ନବୀନ ୨୦୨୪ ବିଧାନସଭା ନିର୍ବାଚନରେ ଟିଟିଲାଗଡ଼ ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କୁ ପରାଜିତ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *