BJP’s power show in Nuapada

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏସବୁ ଭିତରେ ବିଜେଡିର ବିକ୍ରମ ପଣ୍ଡାଙ୍କ ଗିରଫଦାରୀ ଏକ ନୂଆ ମୋଡ଼ ନେଇପାରେ । ଅନ୍ୟପକ୍ଷରେ ନୂଆପଡ଼ାରେ ଆସନ୍ତା ୨୫ ତାରିଖ ପରେ ବିଜେପି ତାର ଦମ ଦେଖାଇବ । ମନ୍ତ୍ରୀ ଓ ବିଧାୟକମାନେ ଘନ ଘନ ନୂଆପଡ଼ା ଓ ଛତିଶଗଡ଼ ଯାଇ ନିର୍ବାଚନୀ ପ୍ରଚାର କରିବେ । ଏହା ବିଜେପି ନେତୃତ୍ୱାଧୀନ ପ୍ରଥମ ଉପନିର୍ବାଚନ ହୋଇଥିବାରୁ ବିଜେପି ନୂଆପଡ଼ା ବିଧାନସଭା କ୍ଷେତ୍ର ହାସଲ କରିବାକୁ ଫୁଲ ଦମରେ ଲଢ଼ିବ । ଜୟ ଢୋଲକିଆ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହୋଇଥିବାରୁ ତାଙ୍କ ପ୍ରତି ଲୋକଙ୍କ ସହାନୁଭୂତି ରହିବ ବୋଲି ଆଶା କରାଯାଉଛି । ହେଲେ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହେବା ସାମାନ୍ୟ ମହଙ୍ଗା ପଡ଼ିପାରେ ।

ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ନେଇ ଦଳର ଭରସା ପାଉନି । ପୁଣି ବିକ୍ରମ ପଣ୍ଡାଙ୍କ ଗିରଫଦାରୀ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ବାରମ୍ବାର ଏଭଳି ହେବା ସତ୍ତ୍ୱେ ବି ଭୁଲ ସୁଧାରିବାକୁ ପ୍ରସ୍ତୁତ ନୁହେଁ ବିଜେଡି ।

ଅନ୍ୟପକ୍ଷରେ ନୂଆପଡ଼ା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ କଂଗ୍ରେସକୁ ସୁହାଇପାରେ । କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଆଦିବାସୀ ଭୋଟ ହାତେଇବା ଚକ୍କରରେ ଅଛି । ଏଥିସହ ପ୍ରଚାର ମଧ୍ୟ ଜୋରଦାର କରିଛି ।

By Nirvay

Leave a Reply

Your email address will not be published. Required fields are marked *