ଆଜି ନୁଆପଡା ଜିଲ୍ଲାର ଶତାଧିକ ଜନସାଧାରଣ ବିଜେପିରେ ସାମିଲ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ “ନୂତନ ଭୋଟର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ” ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନୂତନ ମତଦାତା ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମଧ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଜୟ ଢୋଲକିଆ କହିଛନ୍ତି ଯେ, ନୂଆପଡା ନିର୍ବାଚନ ମଣ୍ଡଳୀର ନୂତନ ଯୁବ ଭୋଟର ଭାଇ ଓ ଭଉଣୀମାନେ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗରିବ କଲ୍ୟାଣ ଯୋଜନା ଓ “ସବକା ସାଥ, ସବକା ବିକାଶ” ର ମନ୍ତ୍ରରେ ଅନୁପ୍ରାଣିତ ହୋଇ, ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଏବଂ ନୂଆପଡା ନିର୍ବାଚନ ମଣ୍ଡଳୀ ର ହାତ ମୁଠା କୁ ଟାଣ କରିବା ପାଇଁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଜୟ ଢୋଲକିଆଙ୍କୁ ବିଜୟୀ କରିବେ ବୋଲି ସଂକଳ୍ପ ନେଇଛନ୍ତି । Post navigation Kartika Month: ଜାଣନ୍ତୁ କାର୍ତ୍ତିକ ମାସ ଶେଷ ସୋମବାର ପାଇଁ କେଉଁଠି ସ୍ଥାନୀୟ ଛୁଟି ଘୋଷଣା ହୋଇଛି Nuapada Bypoll: ବିଜେଡି ନେତାଙ୍କ ଆକ୍ରମଣ ପ୍ରସଙ୍ଗ; ନୂଆପଡାବାସୀ କାହାର କ୍ରୀତଦାସ ନୁହନ୍ତି କହିଛି ବିଜେପି