BJP's marathon campaign in Nuapada
ନୂଆପଡ଼ା ବିଧାନସଭାର ଉପନିର୍ବାଚନକୁ ରହିଲା ଆଉ ଦୁଇ ସପ୍ତାହ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବର୍ତ୍ତମାନ ପ୍ରଚାର ମଇଦାନରେ । ପ୍ରାର୍ଥୀଙ୍କ ସପକ୍ଷରେ ତାଙ୍କ ଦଳର ବିଭିନ୍ନ ସ୍ତରର ନେତୃମଣ୍ଡଳୀ ମଧ୍ୟ ନିର୍ବାଚନୀ ପ୍ରଚାର ରେ ଅଣ୍ଟା ଭିଡ଼ିଲେନି ।
 
ବିଜେପିର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ ରାଜ୍ୟ ସଭାପତି ଠୁ ଆରମ୍ଭ କରି ମନ୍ତ୍ରୀ, ସାଂସଦ, ବିଧାୟକ ନୂଆପଡ଼ା ରେ ଡେରା ପକାଇଛନ୍ତି । ସକାଳୁ ରାତି ଯାଏଁ ଚାଲିଛି ପ୍ରଚାର । ବିଭିନ୍ନ ଢଙ୍ଗ ରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ ।
 
ଏହି ମର୍ମ ରେ ଆଜି ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳ ର ୩ ଓ ୪ ନମ୍ବର ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର୍ ଟୁଡୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଟିଟିଲାଗଡ ବିଧାୟକ ନବୀନ ଜେନ, ଭଟଲି ବିଧାୟକ ଇରାଶିଷ୍ ଆଚାର୍ଯ୍ୟ ପ୍ରମୁଖ ପଦଯାତ୍ରା କରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସପକ୍ଷ ରେ ଭୋଟ ଭିକ୍ଷା କରିଛନ୍ତି ।
BJP's marathon campaign in Nuapada

By Nirvay

Leave a Reply

Your email address will not be published. Required fields are marked *