ପୂର୍ବତନ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ମମତା ମହନ୍ତ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। କୁଡୁମୀ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀମତୀ ମହନ୍ତଙ୍କ ଯୋଗଦାନ କାରଣରୁ ବିଜେପିର ସଂଗଠନ ଆହୁରି ସୁଦୃଢ ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲଗାତର ତୃତୀୟ ଥର ପାଇଁ କେନ୍ଦ୍ରରେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ଏବଂ ବିଜେପି ପ୍ରତି ଓଡିଶାବାସୀଙ୍କ ଆସ୍ଥା ରହିଛି। ଗତ ନିର୍ବାଚନରେ ଓଡିଶାରୁ ୨୦ ଜଣ ସାଂସଦ ଜିତିଥିଲେ। ଦୁର୍ନୀତିମୁକ୍ତ, ଭ୍ରଷ୍ଟାଚାରମୁକ୍ତ ରାଜ୍ୟ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଶୃତିବଦ୍ଧ। ଗତ ୨୪ ବର୍ଷର ବିଜେଡି ଶାସନରେ ଓଡିଶାର ବିକାଶ ବାଧାପ୍ରାପ୍ତ ହୋଇଛି। କୁଡୁମି ସଂପ୍ରଦାୟର ଭାଇଭଉଣୀଙ୍କୁ ନ୍ୟାୟ ଦେଇନାହିଁ ବିଜେଡି । ବରଂ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରି ନିଜ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିଛି ବିଜେଡି । କିଛି ହାତଗଣତି ନେତାଙ୍କ ଦ୍ୱାରା ପରିଚାଳିତ ବିଜେଡି ଦ୍ୱାରା କୁଡୁମି ସଂପ୍ରଦାୟର ଭାଇଭଉଣୀଙ୍କ ଆତ୍ମସମ୍ମାନ ଓ ସ୍ୱାଭିମାନକୁ ଜଳାଞ୍ଜଳୀ ଦିଆଯାଇଛି। ବିଜେଡିର ମନ୍ଦ ଉଦ୍ଦେଶ୍ୟକୁ ବୁଝି ସାରିଥିବା କୁଡୁମି ସଂପ୍ରଦାୟ ଆଜି ଉଚିତ ଜବାବ ଦେଇଛି । ଶ୍ରୀମତୀ ମହନ୍ତ ନିଜ ଆଡୁ ବିଜେପିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେପି ଉପରେ ମିଥ୍ୟାରୋପ କରୁଛି ବିଜେଡି। ରାଜ୍ୟ ତଥା ଦେଶର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ସମସ୍ତଙ୍କ ପାଇଁ ବିଜେପି ଦ୍ୱାର ସବୁ ସମୟରେ ଖୋଲା ରହିଛି । ଶ୍ରୀମତୀ ମହନ୍ତଙ୍କ ବିଜେପିରେ ଯୋଗଦାନକୁ ସ୍ୱାଗତ କରୁଛୁ ବୋଲି ଶ୍ରୀ ଟୁଡୁ କହିଛନ୍ତି । Post navigation ଆଳୁ ସଙ୍କଟ: ପଶ୍ଚିମବଙ୍ଗ ଉପରେ ‘ଓଡ଼ିଆ ଅସ୍ମିତା’ ପ୍ରହାର ଗିରଫ ହେଲେ ଲାଞ୍ଚୁଆ ବିଡିଓ