ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ଜୟ ଢୋଲକିଆଙ୍କୁ ବିଜୟୀ କରିବାକୁ ବୈଜୟନ୍ତ ପଣ୍ଡା ନୂଆପଡ଼ାବାସୀଙ୍କୁ ନିବେଦନ କରିଛନ୍ତି । ବିଜେପି ପ୍ରାର୍ଥୀ ଜୟଙ୍କ ପାଇଁ ପ୍ରଚାରରେ ନୂଆପଡ଼ା ଆସି ପଣ୍ଡା କହିଛନ୍ତି ଯେ, “‘ପଶ୍ଚିମ ଓଡିଶା’ ମୋ ରକ୍ତରେ ଅଛି । ଏଠି ମୋ ମାମୁଁ ଘର । ଗତବର୍ଷ ବିଜେପିର ଐତିହାସିକ ବିଜୟ ହେଲା । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେଲା । ନୂଆପଡ଼ାରେ ୭୫ ହଜାର ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇଛନ୍ତି । ଏବେ ଅନେକ ମହିଳା ରାଜ୍ୟରେ ଲକ୍ଷପତି ଦିଦି ହେଲେଣି । ରାଜ୍ୟରେ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ଅଛନ୍ତି” । ସେ ପୁଣି କହିଛନ୍ତ ଯେ, ଜୟ ହେଉଛି ମୋ ସାନ ଭାଇ । ସାନ ଭାଇ ପାଇଁ ଭୋଟ ମାଗିବାକୁ ଆସିଛି । କଂଗ୍ରେସ ଦଳ କେବଳ ମିଛ ପ୍ରତିଶ୍ରୁତି ଦିଏ । ପଡୋଶୀ ଛତିଶଗଡ଼ ବାସିନ୍ଦାଙ୍କୁ କଂଗ୍ରେସର ଦୁଇ ବର୍ଷ ପୂର୍ବର କୁଶାସନ ସମ୍ପର୍କରେ ପଚାରିଲେ ସେମାନେ ତାଙ୍କ ମିଛ ସମ୍ପର୍କରେ ଭଲ ଭାବେ କହିପାରିବେ । ନୂଆପଡ଼ାବାସୀଙ୍କ ଭବିଷ୍ୟତର ସ୍ୱପ୍ନ ପୁରଣ ପାଇଁ ମୋଦୀଙ୍କ ସହ ରହିବାକୁ ହେବ ବୋଲି ପଣ୍ଡା କହିଛନ୍ତି । ଏହି ଅବସରରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ସନ୍ତୋଷ ଖଟୁଆ, ରାଜ୍ୟ ଉପସଭା ନେତ୍ରି କୁସୁମ ଟେଟେ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ବରିଷ୍ଠ ନେତା ପ୍ରସନ୍ନ ପାଢ଼ୀ, ପୂର୍ବତନ ସାଂସଦ ପ୍ରଭାସ ସିଂହ, ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ । Post navigation Nuapada Bye-Election: ବନ୍ଧୁକ ମୂନରେ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି: ଲେଖାଶ୍ରୀ Shankar Prusty Arrested: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ