ଏକଜିଟ୍ ପୋଲର ଆକଳନ ସମ୍ନାକୁ ଆସିବା ପରେ କେହି ବି କଳ୍ପନା କରିନଥିଲେ ଯେ ହରିଆଣାରେ ବାଜିମାତ କରିବ ଭାରତୀୟ ଜନତା ପାର୍ଟି । ଏପରିକି ଏକଜିଟ୍ ପୋଲ ମଧ୍ୟ ବିଜେପି ହରିଆଣା ଆସନ ହରାଉଥିବା ଦର୍ଶାଇଥିବା ବେଳେ ଏକଜିଟ୍ ପୋଲ ଆକଳନ ସବୁ ଓଲଟେଇ ଦେଇଥିଲା ନିର୍ବାଚନ ଭୋଟ ଗଣତି । ହରିୟାଣାରେ ବିଜେପି ହ୍ୟାଟ୍ରିକରେ ବ୍ରେକ୍ ଲଗାଇବାରେ ବିଳଫ ହୋଇଛନ୍ତି ରାହୁଲ ସେନା । କଂଗ୍ରେସ ଇଭିଏମ୍ ଓ ମାନ୍ଦା ଗଣନା ପ୍ରକ୍ରିୟାକୁ ଯେତେ ଦୋଷ ଦେଲେ ମଧ୍ୟ ବିଜେପି ବିଜୟ ଶ୍ରେୟ ଯାଇଛି ରାଷ୍ଟ୍ରୀୟ ବରଂ ସେବକ ସଂଘକୁ । ଆର୍‌ଏସ୍ଏସ୍ ହିଁ ବିଜେପିକୁ ହାରିବା ବାଜି ଜିତାଇଦେଲା ।

ହରିଆଣାର ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଜଣେ ଲୋକପ୍ରିୟ ନେତା । ତେଣୁ ଜାଠ ଭୋଟ୍ ଏପଟ ସେପଟ ହେବ ବୋଲି କଂଗ୍ରେସ ଯାହା ଭାବିଥିଲା ତାହା ଭୁଲ୍ ପ୍ରମାଣିତ ହେଲା ।

ଯେଉଁ ଫର୍ମୂଲାରେ ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନରେ ବିଜେପିକୁ ବଡ଼ ସଫଳତା ଦେଇଥିଲା । ସଂଘ ସେଇ ସମାନ ଫର୍ମୂଲା ହରିଆଣାରେ ମଧ୍ୟ ପ୍ରୟୋଗ ହୋଇଥିଲା । ଏହି ଛୋଟିଆ ରାଜ୍ୟରେ ୪ ସଭାରେ ୧୬ ହଜାର ଛୋଟ ବଡ ସଭା କରିଥିଲା ସଂଘ । ଲୋକସଭା ନିର୍ବାଚନ ବେଳେ ସଂଘ ଏବଂ  ଦଳୀୟ କର୍ମକର୍ତ୍ତା ଯେଭଳି ନିଷ୍କ୍ରିୟ ହୋଇପଡ଼ିଥିଲେ ବିଧାନସଭା ନିର୍ବାଚନରେ ସେଥିରେ ପରିବର୍ତ୍ତନ ଆଣିବା ପାଇଁ ସଂଘ ହିଁ ବଡ଼ ଯୋଜନା ହାତକୁ ନେଇଥିଲା । ସେଥିପାଇଁ ଖଟ୍ଟରଙ୍କୁ ଆଦୌ ପ୍ରଚାରରେ ସାମିଲ କରାଗଲା ନାହିଁ । ଦଳ ସହିତ ସଂଘ ମଧ୍ୟ ପ୍ରତି ବୁଥରେ ନିଜସ ରଣନୀତି ତିଆରି କରିଥିଲା ।

ଅନ୍ୟପଟେ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏଥିରେ ଜୋରଦାର ପ୍ରଚାର କରିଥିଲେ ହରିଆଣାରେ । ପ୍ରତିଟି ସଭାରେ ମୋଦୀ ଏବଂ ଯୋଗୀ କଂଗ୍ରେସର ନିଫଳତା ଏବଂ ଭ୍ରମାତ୍ମକ ପ୍ରଚାର ଉପରେ ଗୁରୁତ୍ବ ଦେବା ସହ ବିକାଶ ପ୍ରସଙ୍ଗକୁ ଆଣିଥରେ ଆଗକୁ ।

Leave a Reply

Your email address will not be published. Required fields are marked *