ନିର୍ବାଚନୀ ଇସ୍ତାହାରର ପ୍ରତିଶୃତି ଅନୁଯାୟୀ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ କରିବାକୁ ବିଜେପିକୁ ଅନୁରୋଧ କରିଛନ୍ତି ପ୍ରତାପ ଦେବ। ସେ କହିଛନ୍ତି ବିଜେଡି ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ ପାଇଁ ପ୍ରତିଶୃତି ଦେଇଥିବା ବେଳେ ବିଜେପି ୩୦୦ ୟୁନିଟ ପର୍ଯ୍ୟନ୍ତ ବିଲ୍ ଛାଡ଼ କରିବାକୁ କହିଥିଲା। ନବୀନ ଓଡ଼ିଶା ଗଠନ ହେଲେ ବିଜୁଳି ବିଲ୍ ଛାଡ଼ ନେଇ ପ୍ରଥମ ଦସ୍ତଖତ କରିବ ବୋଲି ବିଜେଡି କହିଥିଲା। ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ ପାଇଁ କହିଥିଲା ବିଜେପି। ଏବେ ସେମାନେ ତାଙ୍କ ପ୍ରତିଶୃତି ପୂରଣ କରିବା ଉଚିତ ବୋଲି କହିଛନ୍ତି ପ୍ରତାପ କେଶରୀ ଦେବ।

Leave a Reply

Your email address will not be published. Required fields are marked *