ସଂସଦ ଭବନ ପରିସରରେ ହୋଇଥିବା ଠେଲାପେଲାରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣା ଏବେ ସାରା ଦେଶରେ ରାଜନୈତିକ ମାହୋଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହାକୁ କେନ୍ଦ୍ର କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଥାନାରେ ଏତଲା ଦେଲା ବିଜେପି । ଦିଲ୍ଲୀ ସଂସଦ ମାର୍ଗ ଥାନାରେ ଏତଲା ଦିଆଯାଇଛି । ଅନୁରାଗ ଠାକୁର ଏବଂ ବାଂସୁରୀ ସ୍ବରାଜ ଏହି ଏତଲା ଦେଇଥିବା ସୁଚନା । ଅନ୍ୟପଟେ କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲ, କେ ସୁରେଶ ଏବଂ ମାଣିକାମ ଟାଗୋର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏହି ସଂପର୍କରେ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଆଜି ସଂସଦ ଘଟିଥିବା ଘଟଣା ପାଇଁ ଆମେ ଦୁଃଖିତ । ଇଣ୍ଡିଆ ଆଲାଇନ୍ସର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିଥିଲେ । ଯେତେବେଳେ ଆମେ ସଂସଦରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲୁ, ବିରୋଧୀ ସାଂସଦମାନେ ପ୍ରବେଶ କରିବାରେ ବାଧା ସୃଷ୍ଟି କରିଥିଲେ ଏବଂ ଠେଲିଥିଲେ । ସେହି ସମୟରେ ରାହୁଲ ଗାନ୍ଧୀ ଶାସକ ଦଳର ତିନିଜଣ ସାଂସଦଙ୍କ ଦ୍ୱାରା ଶାରୀରିକ ନିର୍ଯାତନା ପାଇଥିଲେ। ଶାସନ ଦଳ ନେତାଙ୍କୁ ଦିଆଯାଇଥିବା ଅଧିକାରର ଏହା ଏକ ସ୍ପଷ୍ଟ ଉଲ୍ଲଂଘନ ଏବଂ ସାଂସଦ ଭାବରେ ତାଙ୍କୁ ଦିଆଯାଇଥିବା ଅଧିକାରରଙ୍କୁ ସେମାନେ ଉଲ୍ଲଂଘନ କରିଛନ୍ତି। ଆମେ ଆଶା କରୁଛୁ ଆପଣ ଏହି ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରିବେ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନା ଯୋଗ୍ୟ; କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବାବା ସାହେବ ଆମ୍ବେଦକରଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ କଂଗ୍ରେସ ଆଜି ସଂସଦରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା ଏହି ସମୟରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲା ପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡ ଗଭୀର ଆଘାତ ଲାଗିଛି । ରାହୁଲ ଗାନ୍ଧୀଙ୍କ ଯୋଗୁଁ ଏଭଳି ହୋଇଥିବା ପ୍ରତିକ୍ରିୟା ରଖି ପ୍ରତାପ ଷଡ଼ଙ୍ଗୀ କହିଥିଲେ ଜଣେ ସାଂସଦକୁ ଧକ୍କା ଦେବାରୁ ସେ ଆସି ପ୍ରତାପ ଷଡ଼ଙ୍ଗୀ ଉପରେ ପଡ଼ି ଯାଇଥିଲେ । ଏହା ପରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡ଼ି ଯାଇଥିଲେ । ଫଳରେ ପ୍ରତାପଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା । ଏହା ସହ ବିଜେପି ସାଂସଦ ମୁକେଶ ଗୁପ୍ତା ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । Post navigation ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ନୂଆ ବର୍ଷରୁ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା