ପୁଣି ଦିଲ୍ଲୀ ଗଲେ ମନମୋହନ । ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନକ ପୂର୍ବରୁ ଦିଲ୍ଲୀ ଗସ୍ତରୁ ଫେରିଥିଲେ ମନମୋହନ। ପୁଣି ଆଜି ଦିଲ୍ଲୀ ଯିବାକୁ ନେଇ ବଢ଼ିଲା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା। ପୂର୍ବ ଗସ୍ତରେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟ; ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓ ଦଳୀୟ ସଭାପତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ଦଳର ସମସ୍ତ ସାଂସଦଙ୍କୁ କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି । Post navigation ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା ୪ଦିନିଆ ଦିଲ୍ଲୀ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ