ଭୁବନେଶ୍ୱର: ୨୦୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରାଯାଇଛି । ଏହି ଦୁଇଟି ନିର୍ବାଚନରେ ୯୫ ପ୍ରତିଶତ ସଫଳତା ସହିତ ସମୁଦାୟ ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ମୋଦିଜୀ । ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ବିଜେପି ତରଫରୁ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” ପ୍ରକାଶ ପାଇଛି । ସୋସିଆଲ, ଫିଜିକାଲ୍ ଓ ଡିଜିଟାଲ ଭିତିଭୁମିକୁ ସୁଦୃଢ କରାଯିବା ଲକ୍ଷ୍ୟରେ ଏହି ସଂକଳ୍ପ ପତ୍ର ‘ବିକଶିତ ଭାରତ ଗଠନ’ରେ ‘ବୁଷ୍ଟର’ ସଦୃଶ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମଲ କହିଛନ୍ତି ଯେ, ଯାହାର କେହି ନାହିଁ, ତା ପାଖରେ ମୋଦି ଗ୍ୟାରେଂଟି ରହିଛି । ସମଗ୍ର ଦେଶରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ଏହି ସଂକଳ୍ପ ପତ୍ର ତଥା ମୋଦି ଗ୍ୟାରେଂଟିରୁ ସର୍ବାଧିକ ଲାଭ ପାଇବ ଓଡିଶା ରାଜ୍ୟ । ବିଶେଷ ଭାବେ ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” । ବିଶେଷ ଭାବେ ୮୦ କାଟି ଦେଶବାସୀଙ୍କୁ ପ୍ରତି ମାସ ମାଗଣା ରାସନ ପ୍ରଦାନ କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ଗରୀବ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ୩ କୋଟି ବାସଗୃହ, ସମସ୍ତଙ୍କୁ ପାନୀୟ ଜଳ ଓ ବିଜୁଳି ଯୋଗାଣ; ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ, ପାଇପ ଜରିଆରେ ରୋଷେଇ ଗ୍ୟାସ ଯୋଗାଣ; ମୁଦ୍ରା, ସ୍ୱନିଧି ଯୋଜନାରେ ଯୁବକଙ୍କୁ ଆତ୍ମନିର୍ଭରତା; ଏସଏଚଜି ଜରିଆରେ ମହିଳା ସଶକ୍ତିକରଣ କରାଯିବା ସହିତ କର୍ମଜୀବି ମହିଳାଙ୍କ ପାଇଁ ହଷ୍ଟେଲ ଓ ଶିଶୁ ଗୃହ ନିର୍ମାଣ କରାଯିବ; ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, କୃଷିଭିତିକ ଶିଳ୍ପ ପ୍ରତିଷ୍ଠାନ, ଶ୍ରୀଅନ୍ନର ଗୁରୁତ୍ୱ, ପିଏମକିସାନ ଜରିଆରେ ଆର୍ଥିକ ସହାୟତା ପ୍ରଦାନ ଆଦି ଜରିଆରେ କୃଷକକଲ୍ୟାଣକୁ ପ୍ରାଧାନ୍ୟ ଦେଇଛନ୍ତି ମୋଦିଜୀ । ଏହା ବ୍ୟତୀତ ପର୍ଯ୍ୟଟନ ଶିଳ୍ପର ବିକାଶକୁ ମଧ୍ୟ ଗରୁତ୍ୱ ଦିଆଯାଇଛି । ଭିତିଭୁମି ଓ ନୂତନ ଶିକ୍ଷାନୀତିକୁ ସଶକ୍ତ କରାଯାଇଛି । ଆକଶ, ଜଳ, ରେଳ ଓ ସଡକ ଗମନାଗମନ କ୍ଷେତ୍ରରେ ଐତିହାସିକ ପରିବର୍ତନ ଆସିଛି । ଏକଲବ୍ୟ ବିଦ୍ୟାଳୟଠାରୁ ଆରମ୍ଭ କରି ଆଇଆଇଏମ, ଆଇଆଇଟି, ମେଡିକାଲ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ସାହିତ୍ୟ, ଭାଷା, ସଂସ୍କୃତି, ଐତିହ୍ୟ ଓ ପରପଂରାକୁ ବିଶ୍ୱ ଦରବାରରେ ସମ୍ମାନିତ କରିବା ପାଇଁ ମୋଦିଜୀ କାର୍ଯ୍ୟରତ । ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ସାମିଲ କରାଯିବ । ସମାନ ନାଗରିକତା ସଂହିତା ଲାଗୁ ହେଲେ ପଡୋଶୀ ରାଷ୍ଟ୍ରରୁ ଅତ୍ୟାଚାର ଶିକାର ହୋଇ ଫେରିଥିବା ମୂଳ ଭାରତୀୟଙ୍କୁ ସମ୍ମାନ ମିଳିବ ବୋଲି ସାମଲ କହିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଗ୍ରହଣା କରାଯାଇଛି । ଦେଶର ସୀମା ଆଜି ସୁରକ୍ଷିତ । ଗଣତନ୍ତ୍ର ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ” କାର୍ଯ୍ୟକାରୀ କରାଯିବ । ପ୍ରଦୂଷଣ ହ୍ରାସ କରିବା ପାଇଁ ଇଭି ଗାଡି ଚଳାଚଳକୁ ପ୍ରୋତ୍ସାହିତ କରାଯିବ । ପିଏମ ସୂର୍ଯ୍ୟ ଘର ଯୋଜନାରେ ଗ୍ରୀନ ଏନର୍ଜିକୁ ପ୍ରୋତ୍ସାହନ ମିଳିବ । ବନ୍ଦେ ଭାରତ ଭଳି ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଖୁବ ଶୀଘ୍ର ବୁଲେଟ ଟ୍ରେନ ଚାଲିବ ବୋଲି ସଂକଳ୍ପ ପତ୍ରରେ ପ୍ରକାଶ ପାଇଛି । ମୋଦିଙ୍କ ଗ୍ୟାରେଂଟି ଦ୍ୱାରା ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ । ତେଣୁ ଏଭଳି ସଂକଳ୍ପ ପତ୍ର ପ୍ରକାଶ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଇସ୍ତାହାର କମିଟି ସଂଯୋଜକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ରାଜ୍ୟବାସୀଙ୍କ ତରଫରୁ ରାଜ୍ୟ ସଭାପତି ସାମଲ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା ପ୍ରମୁଖ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । Post navigation କଂଗ୍ରେସରୁ ସୁର ରାଉତରାୟ ୬ ବର୍ଷ ପାଇଁ ବହିଷ୍କୃତ ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୫ ମୃତ