ସଂସଦ ପରିସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡଙ୍ଗୀ ପଡ଼ି ଆଘାତ ହେବା ଘଟଣାରେ ଏବେ ଚାରିଆଡ଼େ ରାଜନୈତିକ ଚର୍ଚ୍ଚା ପାଲଟିଛି। ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ରାହୁଲଙ୍କୁ ବିରୋଧ କରି ଥାନାରେ ମଧ୍ୟ ଏତଲା ଦିଆଯାଇଛି। ଏ ନେଇ ଓଡ଼ିଶାରେ ମଧ୍ୟ ଜୋରଦାର ବିରୋଧ କରାଯାଇଛି । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ପୋଡ଼ି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖା ଯାଇଛି । ଏହା ସହ ଏହି ଘଟଣା ପାଇଁ ରାହୁଲ କ୍ଷମା ମାଗିବା ସହିତ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଯଦି ରାହୁଲ ଦାବି ନ ମାନନ୍ତି ତେବେ ଆଗାମୀ ଦିନରେ ତାଙ୍କୁ ଓଡ଼ିଶା ମାଟିରେ ପୁରାଇ ଦିଆଯିବ ନାହିଁ ବୋଲି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି । ବିଜେପି ଯୁବ ମୋର୍ଚ୍ଚା କହିଛି, ରାହୁଲ ଗାନ୍ଧୀ ଆଗରୁ ଅନେକ ଭୁଲ କରିଛନ୍ତି । କିନ୍ତୁ ଆଜି ସେ ଯେଉଁଭଳି ଭାବେ ବ୍ୟବହାର କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଜଣେ ବରିଷ୍ଠ ସାଂସଦଙ୍କ ପ୍ରତି ତାଙ୍କର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ରାହୁଲ ଗାନ୍ଧୀ ଜଣେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି । ସୂଚନା ଯୋଗ୍ୟ; କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବାବା ସାହେବ ଆମ୍ବେଦକରଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ କଂଗ୍ରେସ ଆଜି ସଂସଦରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା ଏହି ସମୟରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲା ପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡ ଗଭୀର ଆଘାତ ଲାଗିଛି । ରାହୁଲ ଗାନ୍ଧୀଙ୍କ ଯୋଗୁଁ ଏଭଳି ହୋଇଥିବା ପ୍ରତିକ୍ରିୟା ରଖି ପ୍ରତାପ ଷଡ଼ଙ୍ଗୀ କହିଥିଲେ ଜଣେ ସାଂସଦକୁ ଧକ୍କା ଦେବାରୁ ସେ ଆସି ପ୍ରତାପ ଷଡ଼ଙ୍ଗୀ ଉପରେ ପଡ଼ି ଯାଇଥିଲେ । ଏହା ପରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡ଼ି ଯାଇଥିଲେ । ଫଳରେ ପ୍ରତାପଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା । ଏହା ସହ ବିଜେପି ସାଂସଦ ମୁକେଶ ଗୁପ୍ତା ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । Post navigation ନୂଆ ବର୍ଷରୁ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା ଡାକ୍ତରଖାନାରେ ପ୍ରତାପଙ୍କୁ ଭେଟନ୍ତୁ ରାହୁଲ: ବିଜେଡି