ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ(ଓଓଏ)ର ସଭାପତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ହେବା ନିଶ୍ଚିତ। ଏକମାତ୍ର ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ କାଏମ ରହିଛି। ଏହି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି । ତେଣୁ ସେ ନିଦ୍ଵର୍ନ୍ଦ୍ଵରେ ସଭାପତି ହେବା ନିଶ୍ଚିତ ହୋଇଛି। କିନ୍ତୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ । ୩୦ ତାରିଖରେ ଓଓଏର ସାଧାରଣ ପରିଷଦ ବୈଠକରେ ଏହା ଘୋଷଣା କରାଯିବାର ଜଣାପଡିଛି । ସାଧାରଣ ପରିଷଦ ବୈଠକରେ ଦାୟିତ୍ଵ ଗ୍ରହଣ କରିବେ ନୂତନ କର୍ମକର୍ତ୍ତା ।

ସମୀର ମହାନ୍ତି ବିନା ପ୍ରତିଦ୍ୱନ୍ଦ୍ବିତାରେ ସଂଘର ସଭାପତି ହେବା ସ୍ଥିର ହୋଇଥିବା ବେଳେ ବିଶିଷ୍ଟ କ୍ରୀଡ଼ା ସଂଗଠକ ତଥା ଅଲିମ୍ପିକ୍ ସଂଘର ସଂପାଦକ ରହିଥିବା ଅଭିଜିତ ପାଲ ମଧ୍ୟ ସଂପାଦକ ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡିଛି ।

ସୂଚନା ଯୋଗ୍ୟ; ଓଓଏର ନିର୍ବାଚନ ପ୍ରକ୍ରିୟା ଗତ ଫେବ୍ରୁଆରି ୨୭ତାରିଖରୁ ଆରମ୍ଭ ହୋଇଥିଲା। ସଂଘର ଅଧିନିୟମ ଅନୁସାରେ ଅଲିମ୍ପିକ ସଂଘର ଗୋଟିଏ ସଭାପତି, ଗୋଟିଏ ସାଧାରଣ ସମ୍ପାଦକ, ୬ଟି ଉପସଭାପତି, ଦୁଇଟି ଯୁଗ୍ମ ସମ୍ପାଦକ, ଗୋଟିଏ କୋଷାଧ୍ୟକ୍ଷ, ୧୧ଟି କାଉନ୍‌ସିଲ ସଦସ୍ୟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚଳିତ ମାସ ୧୭ ତାରିଖ ପ୍ରାର୍ଥୀପତ୍ର ଦାଖଲ ଏବଂ ୧୯ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚର ଶେଷ ତାରିଖ ରହିଥିଲା। ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇ ସାରିଥିବା ବେଳେ, ଗତକାଲି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ସମୀର ମହାନ୍ତି ଓ ଅଭିଜିତ ପାଲ ଉଭୟ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *