ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋମନା ବ୍ଲକର ରେଙ୍ଗ ଠାରେ ନୂଆପଡା କୁମ୍ଭାର ସମାଜ ଓ କୁମ୍ଭାର ଯୁବାମଞ୍ଚ ଓଡିଶା ତରଫରୁ ସାମାଜିକ ସମାରୋହ ଅୟୋଜିତ ହୋଇଯାଇଛି । ଏହି ସମାବେଶ ରେ ଓଡ଼ିଶା ସରକାର ଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁମ୍ଭାର ମାନଙ୍କ ସହିତ ତାଙ୍କର ପାରିବାରିକ ସାମାଜିକ ଆର୍ଥିକ ସ୍ଥିତି ପରିସ୍ଥିତି ବିଷୟ ରେ ଆଲୋଚନା କରିଥିଲେ । ଏଥିରେ ଉପସ୍ଥିତ କୁମ୍ଭାର ମାନେ ମାଟିକଳା ବୋର୍ଡ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ମାତ୍ରା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ମନ୍ତ୍ରୀ ଧଲ ସାମନ୍ତ ଆହ୍ୱାନ କରିଥିଲେ । ଏହି ସମାବେଶ ରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । Post navigation Minor Reshuffle in OJS: ପବିତ୍ର ମୋହନ ସାମଲ ହେଲେ ଆଇନ ସଚିବ