ଓଡ଼ିଶାରେ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ସିଟ୍‌ ପାଇଁ ବିଜେପିର ଦୁଇ ନେତା ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ଏହାକୁ ନେଇ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ରାଜ୍ୟସଭା ପାଇଁ ଦଳୀୟ ଟିକେଟ୍‌ରେ ପ୍ରାର୍ଥୀ ହୋଇଛନ୍ତି ମମତା ମହାନ୍ତ । ଦଳୀୟ ଟିକେଟ୍‌ରେ ଯିଏ ନାମାଙ୍କନ କରିଛନ୍ତି ସିଏ ପ୍ରାର୍ଥୀ । ଏବଂ ଡମି ପ୍ରାର୍ଥୀ ଭାବରେ ଜଗନ୍ନାଥ ପ୍ରଧାନଙ୍କ ନାମାଙ୍କନ କରିଛନ୍ତି ।

ବିଜେପି ନେତା ମମତା ମହାନ୍ତ ଓ ଜଗନ୍ନାଥ ପ୍ରଧାନ ନାମାଙ୍କନ ଭରିବା ପରେ ବିଜେପି କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଏହାକୁ ନେଇ ମନମୋହନ ସାମଲ କହିଛନ୍ତି ଦଳ କାହାକୁ ଠିଆ କରୁଛି କାହା ସପକ୍ଷରେ ଅଛି ସେଟା ଦଳ ବୁଝିବା ଦଳୀୟ କାମରେ ଅନ୍ୟମାନଙ୍କ ମୁଣ୍ଡବ୍ୟଥା କାହିଁକି ହେଉଛି ?

Leave a Reply

Your email address will not be published. Required fields are marked *