ବିହାର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ଏହି ତାଲିକାରେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍ ଦେଇଛି ବିଜେପି। ସେହିପରି ରାମ କୃପାଳ ଯାଦବଙ୍କୁ ଦଳ ଦାନାପୁର ଆସନରୁ ବାଙ୍କିପୁରରୁ ମନ୍ତ୍ରୀ ନୀତିନ ନବୀନ, ବେତିଆରୁ ରେଣୁ ଦେବୀ ପ୍ରାର୍ଥୀ କରିଛି ବିଜେପି।

୭୧ ଜଣଙ୍କ ମଧ୍ୟରୁ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ବିହାର ବିଧାନସଭାର ବାଚସ୍ପତି ନନ୍ଦ କିଶୋର ଯାଦବଙ୍କ ନାମ ତାଲିକାରେ ସ୍ଥାନ ପାଇନାହିଁ, ତାଙ୍କ ସ୍ଥାନରେ ନୂତନ ପ୍ରାର୍ଥୀ ରତ୍ନେଶ କୁଶୱାହାଙ୍କୁ ସ୍ଥାନ ଦିଆଯାଇଛି।

 

ବିହାରରେ ହୋଇଥିବା ମେଣ୍ଟ ମୁତାବକ ଏଥର ବିଜେପି ଏବଂ ଜେଡିୟୁ ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ବୋଲି ଧାର୍ଯ୍ୟ ହୋଇଥିଲା। ଏହାସହ ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ। ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ।

ବିହାରରେ ଚଳିତ ଥର ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ୱର ୬ରେ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ହେବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ୧୮ ଜିଲ୍ଲାର ୧୨୧ ବିଧାନସଭା ଆସନରେ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି ଓ ଅକ୍ଟୋବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ । ନଭେମ୍ୱର ୧୪ରେ ଭୋଟ୍ ଗଣତି ହେବ ।

 

Leave a Reply

Your email address will not be published. Required fields are marked *