ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି । କଂଗ୍ରେସ ନୂଆପଡା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ଦାବୀ କଲା ବିଜେପି ।ଘାସିରାମ ମାଝୀ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ । ବିଜେପି ଅଭିଯୋଗ କରିଛି ଯେ ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ବିରୁଦ୍ଧରେ ନୂଆପଡ଼ା ପିଏସ୍ କେସ୍ ନମ୍ବର ୧୦/୨୦୧୮ ଏବଂ ନୂଆପଡ଼ା ପିଏସ୍ କେସ୍ ନମ୍ବର ୧୪୬/୨୦୨୨ ସମ୍ବଳିତ ଦୁଇଟି ସକ୍ରିୟ ଅପରାଧିକ ମାମଲା ବର୍ତ୍ତମାନ ନୂଆପଡ଼ାର ସବ-ଡିଭିଜନାଲ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (SDJM)ଙ୍କ ନିକଟରେ ବିଚାର ପାଇଁ ବିଚାରାଧୀନ ଅଛି। ଘାସିରାମ ମାଝୀ ୨୦୨୪ ମସିହା ନିର୍ବାଚନ ଦେଇଥିବା ସତ୍ୟପାଠ ଏବଂ ୨୦୨୫ ରେ ଦେଇଥିବା ସତ୍ୟପାଠ ରେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ବିଷୟରେ ସେ କିଛି ସୁଚନା ଦେଇନାହାନ୍ତି। ୨୦୨୪ ନିର୍ବାଚନ ସତ୍ୟପାଠ ମୁତାବକ ଘାସିରାମଙ୍କ ନାମରେ ୧୯ଟି ଆପରାଧିକ ମାମଲା ଥିଲା। କିନ୍ତୁ ୨୦୨୫ ଉପନିର୍ବାଚନରେ ଦେଇଥିବା ତଥ୍ୟ ମୁତାବକ ତାଙ୍କ ନାମରେ ୧୨ଟି ଆପରାଧିକ ମାମଲା ରହିଛି। ୭ଟି ମାମଲା ସମ୍ପର୍କରେ କିଛି ଦର୍ଶାଇ ନାହାନ୍ତି। ଜାଣିଶୁଣି ଉଭୟ କେସରୁ ନିଜକୁ ଦୂରେଇ ରଖିଛନ୍ତି । ଏବଂ ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୧୨୫A ଅନୁଯାୟୀ ସେ ଆଇନ ଉଲ୍ଲଂଘନ କରିଛନ୍ତି। ଆଇନ ଅନୁସାରେ ଏହା ଏକ ଦଣ୍ଡନୀୟ ଅପରାଧ। ଏହି ଅପରାଧରେ ସେ ଦୋଷୀ। ତାଙ୍କ ବିରୁଦ୍ଧରେ କେସ କରାଯିବା ସହ ଦଣ୍ଡ ବିଧାନ କରାଯାଉ ବୋଲି ଦାବୀ କରିଛି ବିଜେପି। Post navigation Kalinga Bali jatra: କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ Untimely Ratha Jatra: ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜାଙ୍କ ଚିଠି