ରାଜ୍ୟସଭା ଅଧକ୍ଷ ଜଗଦୀପ ଧନକଡଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ସମର୍ଥନ ଦେବ ନାହିଁ ବିଜୁ ଜନତା ଦଳ । ବିଜେଡ଼ି ଦଳର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଦ୍ଵାରା ଦିଆଯାଇଥିବା ମନ୍ତବ୍ୟରେ ଶ୍ରୀଯୁକ୍ତ ବିଶି କହିଛନ୍ତି, ବିଜେଡ଼ି ଅନାସ୍ଥା କୁ ସମର୍ଥନ କରୁନାହିଁ । “ବିଜେଡ଼ିର କୌଣସି ରାଜ୍ୟସଭା ସଦସ୍ୟ ଅନାସ୍ଥାରେ ଦସ୍ତଖତ ଦେଇନାହାନ୍ତି । ବିଜେଡ଼ି ଜଗଦୀପଙ୍କୁ ସମର୍ଥନ କରିବ ଏବଂ ଅନାସ୍ଥାକୁ ବିରୋଧ କରିବ । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଅନାସ୍ଥା ସପକ୍ଷରେ ନାହାନ୍ତି । ଆଗରୁ ବିଜେଡ଼ି ନିରପେକ୍ଷ ଥିଲା ଏବଂ ଆଗକୁ ମଧ୍ୟ ନିରପେକ୍ଷ ରହିବ” ବୋଲି ସେ କହିଛନ୍ତି । ରାଜ୍ୟସଭା ଅଧକ୍ଷ ସମ୍ବିଧାନ ବିରୋଧୀ କିମ୍ବା ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରୁଥିବା ବିଜେଡି ଅନୁଭବ କରିନାହିଁ । ଏବେ ଅନାସ୍ଥା ଆସିବା ପାଇଁ କୋଣସି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେଡି ବିଶ୍ୱାସ କରେନାହିଁ ବୋଲି ବିଶି କହିଛନ୍ତି । ଅନ୍ୟପଟେ ବିଜେଡି ଛାଡି ବିଜେପି ମୁହାଁ କି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିରଞ୍ଜନ। କହିଛନ୍ତି “ଆମେ ୭ ବିଜେଡି ସାଂସଦ ରହିଛୁ। ବିଜେଡି ଛାଡିବା ନେଇ କାହା ସହିତ ଆଲୋଚନା ହୋଇନାହିଁ। ଚର୍ଚ୍ଚା ମାନଗଢା କପଳକଳ୍ପିତ।ବିରୋଧୀ ଭାବରେ ଆମେ ଆମ ଭୂମିକା ନିର୍ବାହ କରୁଛୁ “। ସାରା ରାଜ୍ୟରେ ବିଜେଡ଼ି ବିଜେପି ସଂପର୍କକୁ ନେଇ ବିବାଦ ଥମୁନଥିବା ବେଳେ ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚା ଜୋର ଧରିଛି । Post navigation ଆସନ୍ତାକାଲି ଜାମିନ ଆବେଦନ କରିବେ ଆଇଏଏସ ଅଧିକାରୀ ବିଷ୍ନୁପଦ ସେଠୀ ରାଜ୍ୟରେ ଏକକାଳୀନ ୩ କୋଟି ଲୋକଙ୍କୁ ଦିଆଯିବ ସ୍ୱାସ୍ଥ୍ୟ କାର୍ଡ଼