ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌କୁ ବିରୋଧ କରି ଆସନ୍ତା ୨୮ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ବିଜେଡି । ଦଳ ଅଭିଯୋଗ କରିଛିି,ଏହି ପ୍ରକଳ୍ପ ନେଇ କେନ୍ଦ୍ର ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। କିନ୍ତୁ ଓଡି଼ଶାର କେତେ ଯେ କ୍ଷତି ହେଉଛି, ତାକୁ ଦେଖୁନାହାନ୍ତି ।

ସୋମବାର ଶଙ୍ଖ ଭବନରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର ପ୍ରେସମିଟ କରି କହିଛନ୍ତି ଯେ ବିଜେଡି ଲମ୍ବା ସମୟ ଧରି ପୋଲାଭରମ ଆନ୍ଦୋଳନରେ ସାମିଲ ଅଛି । ପୋଲାଭରମ ମାଲକାନଗିରିକୁ କେତେ କ୍ଷତି ଦେବ, କେନ୍ଦ୍ର ସରକାରଙ୍କୁ ଜଣାଇଛୁ । ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖିଛନ୍ତି । ନିର୍ବାଚନ ପୂର୍ବରୁ ବି ଚିଠି ଲେଖିଥିଲେ । ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିଥିଲେ ତତ୍କାଳୀନ ସରକାର ।

ଏହା ସତ୍ତ୍ଵେ କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ନିଷ୍ପତ୍ତି ନେଇ ପୋଲାଭରମ୍‌ ପ୍ରକଳ୍ପ ପାଇଁ ଆନ୍ଧ୍ର ସରକାର କୁ ସହାୟତା ପରେ ସହାୟତା ଦେଇ ଚାଲିଛନ୍ତି । ଆନ୍ଧ୍ର ପ୍ରଦେଶର ଚନ୍ଦ୍ର ବାବୁ ନାଇଡ଼ୁଙ୍କୁ ରାଜନୈତିକ ଉଦେଶ୍ୟ ପାଇଁ ପ୍ରଥମେ ୧୨୦୦୦ ଓ ତା ପରେ ୫୦୦୦ କୋଟି ଦେଇଛି କେନ୍ଦ୍ର ।

ପ୍ରକାଶ ଥାଉ କି ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡ଼ିଶା ବିଶେଷକରି ମାଲକାନଗିରି ଜିଲ୍ଲାର ୧୨ଟି ପଞ୍ଚାୟତ ପ୍ରଭାବିତ ହେବ ।

ଦଳ ଆଉ ମଧ୍ୟ କହିଛି ନିର୍ମାଣ ପୋଲାଭରମ ପ୍ରକଳ୍ପ‌ କେନ୍ଦ୍ରର ଭୁଲ ନିଷ୍ପତ୍ତି ଯୋଗୁଁ ମାଲକାନଗିରିର ଜିଲ୍ଲାର ବହୁ ଅଞ୍ଚଳ ବୁଡ଼ିଯିବ। ମାଲକାନଗିରିର ୧୨ ପଞ୍ଚାୟତ ପ୍ରଭାବିତ ହେବ। ଏହାକୁ ଆମେ ବିରୋଧ କରୁଛୁ । ପୋଲାଭରମ୍ ପାଇଁ ଆନ୍ଧ୍ରକୁ କେନ୍ଦ୍ର ସରକାର ଅନୁଦାନ ଦେଇ ଓଡ଼ିଶାର କ୍ଷତି କରିଛି ।ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନାଗିରି ବୁଡ଼ିଯିବ। ଏହାକୁ ଆମେ ବିରୋଧ କରୁଛୁ । ଏହା ସତ୍ତ୍ଵେ ସରକାର କିଛି ଶୁଣୁ ନାହାନ୍ତି । ସେଥିପାଇଁ ଦଳ ଆନ୍ଦୋଳନକୁ ଓହ୍ଲାଇଛି।

Leave a Reply

Your email address will not be published. Required fields are marked *