ପୋଲାଭରମ ସ୍ଥିତି ସମୀକ୍ଷା କରି ଫେରିଛି ବିଜୁ ଜନତା ଦଳ ଟିମ। ବିଜେଡି ଟିମ ୨ ଦିନିଆ ଇଷ୍ଟ ଗୋଦାବରୀ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ସାଂସଦ ମୁନ୍ନା ଖାଁ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡି ନେତା ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର, ଭାସ୍କର ରାଓ ପ୍ରମୁଖ ଟିମରେ ସାମିଲ ହୋଇଥିଲେ। ସ୍ଥିତି ସମୀକ୍ଷା ପରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ଆନ୍ଧ୍ରରେ ପୋଲାଭରମର ସ୍ଥିତି ଦେଖିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏ ନେଇ ଦଳର ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *