ପୋଲାଭରମ ପ୍ରକଳ୍ପ କାମ ଯଥାଶୀଘ୍ର ସାରିବାକୁ ଚଳିତ ବଜେଟରେ ନିଷ୍ପତ୍ତି ନିଆଯିବା ସହ ଏଥିପାଇଁ ବ୍ୟୟବରାଦ ମଧ୍ୟ ହୋଇଥିଲା। ଯାହାଫଳରେ ରାଜ୍ୟରେ ପୋଲାଭରମ ପ୍ରକଳ୍ପ ରାଜନୀତି ସରଗରମ ହୋଇଥିଲା। ବିରୋଧୀ ଦଳ ବିଜେଡି ଏହାକୁ ବିରୋଧ କରିବା ସହ ପ୍ରକଳ୍ପ ସ୍ଥିତି ସମୀକ୍ଷା ପାଇଁ ଏକ ଟିମ ଗଠନ କରିଥିଲା। ଏହି ପ୍ରତିନଧି ଦଳ ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆଜି ପ୍ରତିନିଧି ଦଳ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ କରି ମାଲକାନଗିରିରୁ ଫେରିଛି। ଟିମ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିଛି। କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଛୀ ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରକଳ୍ପ ହେଲେ ମୋଟୁ ଓ ପଡ଼ିଆ ବ୍ଲକ ସମ୍ପୂର୍ଣ୍ଣ ଜଳମଗ୍ନ ହେବ ଅତନୁ। ଏଥିସହ ଉଭୟ ବ୍ଲକର ବହୁ ଲୋକ ବିସ୍ଥାପିତ ହେବେ ବୋଲି ପ୍ରତିନିଧି ଦଳ କହିଛନ୍ତି। Post navigation କାଳ ହେଲା ଅନ୍ଧବିଶ୍ୱାସ ଓ ଧର୍ମାନ୍ତରଣ; ଜୀବନ ହରାଇଲେ ମହିଳା ବିଜେଡିର ଜନଜାଗରଣ ପ୍ରତିଶୃତି ହାସ୍ୟାସ୍ପଦ: ଡ. ଯତୀନ ମହାନ୍ତି