ରାସନ କାର୍ଡ କଟିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ । ସରକାର କାହାକୁ ଭୂତ କହୁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଇ-କେୱାଇସି ନାଁରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ରାସନରୁ ବାଦ ଦିଆଯାଉଛି । ପାନ ଦୋକାନୀ, ଚା ଦୋକାନୀ ସହ ବହୁ ଗରିବ ଲୋକଙ୍କୁ ରାସନ୍ କାର୍ଡରୁ ବାଦ୍ ଦିଆଯାଇଛି ବୋଲି ବିଜେଡି କହିଛି । ନୂଆ ପୋର୍ଟାଲ ଜରିଆରେ ଗଳା ବାଟ ଦେଇ ଅଯୋଗ୍ୟକୁ ରାସନ୍ କାର୍ଡ ଦିଆ ନଯାଉ ବୋଲି ବିଜେଡି କହିଛି ବୋଲି ବିଜେଡି କହିଛି ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ ଦିଆଯାଉ ବୋଲି ନିବେଦନ କରିଛି ବିଜେଡି । ସରକାର ଧୀରେ ସ୍ଥିର ଭାବରେ ରାସନ ନିଷ୍ପତ୍ତି ନିଅନ୍ତୁ । ଭୂତ କାର୍ଡ କହି ଯୋଗ୍ୟ ଲୋକଙ୍କ ରାସନ୍ କାର୍ଡ ନ କାଟିବାକୁ କହିଛି ବିଜେଡି । Post navigation ୩୮.୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଖିଚିଂ ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ୫୦ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ