BJD supports strike over tribal minor girl's misconduct in Bamanghati
ମୟୂରଭଞ୍ଜ ଜିଲ୍ଲାର ବହାଳଦା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କ ପ୍ରତି ହୋଇଥିବା ଅସଦାଚରଣ ଘଟଣାକୁ ବିରୋଧ କରି ମୟୁରଭଞ୍ଜର ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ବାମନଘାଟି ଉପଖଣ୍ଡରେ ଡକାଯାଇଥିବା ଧର୍ମଘଟ ସଫଳ ହୋଇଛି ବୋଲି ବିଜେଡି କହିଛି । ଏହି ଅସଦାଚରଣ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ଆକ୍ରୋଶର ପ୍ରତିଫଳନ ବୋଲି ବିଜେଡି ଦାବି କରିଛି ।
 
ବିଜେଡି ମୟୂରଭଞ୍ଜ-୨ ଜିଲ୍ଲା ସଂଗଠନ ୟୁନିଟ୍ ଏହି ଧର୍ମଘଟକୁ ପୂର୍ଣ୍ଣ ଏବଂ ସକ୍ରିୟ ସମର୍ଥନ ଦେଇଛି ଏବଂ ନ୍ୟାୟ ଦାବିରେ ସ୍ଥାନୀୟ ଲୋକଙ୍କ ସହ ଦୃଢ଼ଭାବେ ସମର୍ଥନ କରିଛି । ବିଜେଡି ମୟୂରଭଞ୍ଜର ଲୋକମାନଙ୍କ ସହିତ ଏହି ଘଟଣାର ପ୍ରତିବାଦରେ ପୀଡିତାଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଓ ଦୋଷୀକୁ କଠୋର ଦଣ୍ଡିତ କରିବା ପାଇଁ ସମସ୍ତ ଗଣତାନ୍ତ୍ରିକ ଆନେ୍ଦାଳନକୁ ସମର୍ଥନ ଜାରି ରଖିଛି ।
 
ପୂର୍ବରୁ, ଦଳ ଟିରିଂ ଥାନା ଅଧୀନରେ ୧୪ ବର୍ଷୀୟ ଆଦିବାସୀ ନାବାଳିକାଙ୍କ ସହିତ ଘଟିଥିବା ଅସଦାଚରଣକୁ ଦୃଢ଼ଭାବେ ନିନ୍ଦା କରିଥିଲା । ଓଡିଶାରେ ଆଦିବାସୀ ମହିଳାମାନଙ୍କ ବିରୋଧରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଅତ୍ୟାଚାର ନେଇ ଗୁରୁତର ଚିନ୍ତା ପ୍ରକଟ କରିଛି । ଏହି ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ବିଜେଡି ମଧ୍ୟ ସମାଲୋଚନା କରିଛି । ଯେଉଁମାନେ ଅସଦାଚରଣ ଘଟଣାରେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଆଦିବାସୀ ମହିଳାମାନଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦଳ ଦାବି କରିଛି ।
BJD supports strike over tribal minor girl's misconduct in Bamanghati

By Nirvay

Leave a Reply

Your email address will not be published. Required fields are marked *