BJD slams odisha govt for ignoring farmers’ interests
ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟର ଚାଷୀମାନଙ୍କୁ ଧାନ ସଂଗ୍ରହ ବାବଦରେ ମିଛ ତଥ୍ୟ ଦେଇ ଭୂଆଁ ବୁଲାଉଛନ୍ତି ।
 
ବର୍ତ୍ତମାନ ରାଜ୍ୟରେ ୫୮ ହଜାର ୨୬୦ ଜଣ ଚାଷୀ, ୨ ଲକ୍ଷ ୬୫ ହଜାର ୯୦୬ ମେଟି୍ରକ୍ ଟନ ଧାନ ଦେଇଥିଲା ବେଳେ ଯୋଗାଣ ମନ୍ତ୍ରୀ ମିଛ ତଥ୍ୟ ଦେଇ ନିଜ ପିଠି ନିଜେ ଥାପୁଡେଇଛନ୍ତି । ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଚାଷୀ ୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିଛନ୍ତି ଯାହା ଡାହା ମିଛ । ରାଜ୍ୟରେ ଧାନ ସଂଗ୍ରହର ବ୍ୟବସ୍ଥା ସଂପୂର୍ଣ୍ଣ ଅବ୍ୟବସ୍ଥିତ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ମୁଠେ ମଧ୍ୟ ଧାନ ଉଠି ନାହିଁ । ଏମିତିକି ବହୁ ଜିଲ୍ଲାରେ ମଣ୍ଡି ମଧ୍ୟ ଖୋଲିନି । ଏଥିରୁ ରାଜ୍ୟ ସରକାରଙ୍କର ଚାଷୀ ମାରଣା ନୀତି ସ୍ପଷ୍ଟ ବାରି ହେଉଛି । ସମସ୍ତ ଧାନ ନଉଠିଲେ ଆଗାମୀ ଦିନରେ ବିଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
 
ଅନ୍ୟପଟେ ରାଜ୍ୟ ସରକାର ଦେବାଳିଆ ସ୍ଥିତିରେ ପହଞ୍ଚିଛନ୍ତି ବୋଲି ଅର୍ଥ ଉପାର୍ଜନ ପାଇଁ ପଲ୍ୟୁସନ ସାର୍ଟିଫିଟେକକୁ ଏକ ମାଧ୍ୟମ କରିଛନ୍ତି ବୋଲି ଡ. ମହାନ୍ତି ଅଭିଯୋଗ କରିଛନ୍ତି । ପଲ୍ୟୁସନ ସାର୍ଟିଫିକେଟ ବିନା ପେଟ୍ରୋଲ ନମିଳିବା ଏବଂ ବକେୟା ଥିଲେ ପଲ୍ୟୁସନ ସାର୍ଟିଫିକେଟ ନମିଳିବା ନିର୍ଦ୍ଦେଶ ଯୋଗୁଁ ସାଧାରଣ ଜନତା ଶାରୀରିକ ଓ ମାନସିକ ଭାବେ ନାହିଁ ନଥିବା ନିର୍ଯାତନାର ଶୀକାର ହେଉଛନ୍ତି । ରାଜ୍ୟରେ ବହୁ କମ୍ ସଂଖ୍ୟକ ପଲ୍ୟୁସନ ସାର୍ଟିଫିକେଟ କେନ୍ଦ୍ର ଥିବାରୁ ସାର୍ଟିଫିକେଟ କରିବା ପାଇଁ ସାଧାରଣ ଜନତା ଭିଡ ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଲୁ୍ୟସନ ସାର୍ଟିଫିକେଟ କରିବା ପାଇଁ ୬ମାସରୁ ଅଧିକ ସମୟସୀମା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।
 

By Nirvay

Leave a Reply

Your email address will not be published. Required fields are marked *