ରାଜ୍ୟସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ହିସାବରେ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ଯ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମମତା ରାଜ୍ଯସଭାରୁ ପ୍ରାର୍ଥୀ ହେବେ ବୋଲି ବିଜେପି ସଂସଦୀୟ କମିଟି ଗତକାଲି ଘୋଷଣା କରିଥିବା ବେଳେ ଉପନିର୍ବାଚନ ପାଇଁ ମୁଖ୍ଯମନ୍ତ୍ରୀ, ରାଜ୍ଯ ବିଜେପି ସଭାପତି ଓ ଅନ୍ଯ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ । ଏହାପରେ ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଥିବା ଜଣାଯାଇଛି । ଏହାକୁ କେନ୍ଦ୍ର କରି ବିଜେପିର ଦ୍ୱିତୀୟ ପ୍ରାର୍ଥୀଙ୍କୁ ନେଇ ପୁଣି ପ୍ରଶ୍ନ ଉଠାଇଛି ବିଜେଡି ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ତାଙ୍କ ଦଳ ଭିତରେ ଭରସା ଓ ବିଶ୍ଵାସର ଅଭାବ ରହିଛି ।ରାଜ୍ୟବାସୀଙ୍କ ଆଗରେ ଏହି ସ୍ଥିତି ସନ୍ଦେହ ସୃଷ୍ଟି କରିଛି । ଦ୍ୱିତୀୟ ପ୍ରାର୍ଥୀଙ୍କ ନାମାଙ୍କନ କ’ଣ ପାଇଁ ସ୍ପଷ୍ଟ କରୁ ବିଜେପି।

Leave a Reply

Your email address will not be published. Required fields are marked *